କପିଲ ଶର୍ମା ସୋ’ରେ ହକି ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରା

ରାଉରକେଲା: ସୋନୀ ଟିଭିର ସୁପ୍ରସିଦ୍ଧ ଧାରାବାହିକ ‘ଦି କପିଲ ଶର୍ମା ସୋ’ରେ ଦେଖିବାକୁ ମିଳିବ ଭାରତୀୟ ହକି ଅଲିମ୍ପିକ୍‌ମାନଙ୍କୁ। ଏଥିରେ ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ତଥା ସୁନ୍ଦରଗଡ଼ ମାଟିର ଗୌରବ ବୀରେନ୍ଦ୍ର ଲାକ୍ରା ମଧ୍ୟ ସାମିଲ ଅଛନ୍ତି। ଏହି ସର୍ବଜନାଦୃତ ହାସ୍ୟରସାତ୍ମକ ସୋ’ରେ ବୀରେନ୍ଦ୍ର ପ୍ରଥମ ଓଡ଼ିଆ ଖେଳାଳିଭାବେ ସାମିଲ ହେବେ। ଗତ ବୁଧବାର ଦିନ ମୁମ୍ବାଇର ଫିଲ୍ମ ସିଟି ସ୍ଥିତ ସେଟ୍‌ରେ ଏହାର ସୁଟିଂ ସଂପନ୍ନ ହୋଇଛି। ଆସନ୍ତା ଶନିବାର ଦିନ ଏହି ଏପିସୋଡ୍‌ ପ୍ରସାରିତ ହେବ। ବୀରେନ୍ଦ୍ରଙ୍କ ବ୍ୟତୀତ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ, ପି.ଆର୍‌. ଶ୍ରୀଜେଶ, ରୂପିନ୍ଦର ପାଲ ସିଂହ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ହରମନପ୍ରୀତ ସିଂହ ମଧ୍ୟ ସାମିଲ ହୋଇଛନ୍ତି। ସେହିଭଳି ଟୋକିଓ ଅଲିମ୍ପିକ୍‌ରେ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ମହିଳା ଦଳର ଅଧିନାୟିକା ରାନୀ ରାମପାଲ, ସବିତା ପୁନିଆ, ଗୁରଜିତ କୌର, ନେହା ଗୋୟଲ, ସୁଶୀଳା ଚାନୁ, ନବନୀତ କୌରଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର