ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଶିକ୍ଷକ ଗିରଫ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଆଖୁପାଳ ଗ୍ରାମରେ ଗତକାଲି ଜଣେ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୁଲିସ ଆଜି ଘଟଗାଁ ବ୍ଲକ ପୁରୁମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷକ ବୈଲୋଚନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ – ଶିକ୍ଷକ ଶ୍ରୀ ସାହୁ ଆଖୁପାଳ ଗ୍ରାମରେ ରହୁଛନ୍ତି। ଗତକାଲି ମହିଳା ଜଣଙ୍କ ଘରେ ନିଜର ଛୋଟ ପିଲା ସହ ଏକୁଟିଆ ଥିବାବେଳେ ଶ୍ରୀ ସାହୁ ତାଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ଜଣାଇଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଆଦିବାସୀ ମହିଳା ଫୁଲମଣି ମୁର୍ମୁ ଥାନାରେ ଅଭିଯୋଗ କରିଛନ୍ତି। ଘଟଗାଁ ଏସଡିପିଓ ଅସିତ୍ ରଂଜନ ମହାନ୍ତି ୧୧୧/୨୧ ରେ ଏକ କେଶ ରୁଜୁ କରି ଶିକ୍ଷକ ଶ୍ରୀ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର