କିଏ ପାଇବ କେତେ ଜିଲ୍ଲା ପରିଷଦ ଆସନ: କଣ କହୁଛନ୍ତି ରାଜନେତା

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମନଦାନ ପ୍ରକ୍ରିୟା ଶେଷ ହେବାପରେ ରାଜନୈତିକ ଦଳମାନେ କେତେ ଆସନରେ ବିଜୟୀ ହେବେ ସେଥିନେଇ ଆକଳନ କରିଲେଣି।
ଏନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବହୁତ ଭଲ କରିବ। ସାରା ରାଜ୍ୟରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ରହିଛି। ବିଜେଡି ଏକପାଖିଆ ବିଜୟ ହାସଲ କରିବ। ଆମେ ୮୫୧ରୁ ନବେ ପ୍ରତିଶତ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହେବୁ।
ବିଜେଡି ସାଂସଦ ତଥା ଉପସଭାପତି ଅମର ପଟ୍ଟନାୟକ କହିଛନ୍ତି, ୨୦୧୨ ପଞ୍ଚାୟତ ନିର୍ବାଚନ ଫଳାଫଳ ଏଥର ରିପିଟ ହେବ। ବିଜେଡି ୬୫୦ରୁ ଅଧିକ ଆସନରେ ବିଜୟ ହାସଲ କରିବ।
ଏଣେ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଥର ବିଜେପି ୪୦୦ରୁ ଉର୍ଦ୍ଧ୍ବ ଜିଲ୍ଲା ପରିଷଦ ଜୋନ ଅକ୍ତିଆର କରିବ।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି। ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ  ମତଦାନ ହୋଇଛି । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୩ ହଜାର ୫୧୪ ବୁଥ ମଧ୍ୟରୁ  ୨୦୨୭ଟି ବୁଥ ସମ୍ବେଦନଶୀଳଥିଲା। ଆସନ୍ତା  ୨୬ ତାରିଖରୁ ସବୁ ବ୍ଲକରେ ଭୋଟ୍ ଗଣତି ଆରମ୍ଭ ହେବ। ଗଣତି ପ୍ରକ୍ରିୟା ତିନି ଦିନ ଧରି ଚାଲିବ ବୋଲି କମିସନଙ୍କ ପକ୍ଷରୁ ସ୍ଥିରୀକୃ ହୋଇଛି।

ସମ୍ବନ୍ଧିତ ଖବର