ମହାମେଣ୍ଟରେ ସାମିଲ ହେବ ନାହିଁ ବିଜେଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ମୁୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ ବିଜେଡି ଓ ବିଜେପିଠାରୁ ସମଦୂରତା ରକ୍ଷା କରିଆସୁଛି। ଆଗାମୀ ଦିନରେ ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ ହେବ ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣଛେଦ ପକାଇଛନ୍ତି। କହିଛନ୍ତି ବର୍ତ୍ତମାନ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚିନ୍ତା କରାଯାଇ ନାହିଁ।
ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ବିଜେପି ବିରୋଧରେ ମହାମେଣ୍ଟ କରିବା ପାଇଁ କଂଗ୍ରେସ ପକ୍ଷରୁ କସରତ ଆରମ୍ଭ ହୋଇଛି। ଏଥିରେ ଆରଜେଡ଼ି, ନାସନାଲ କନଫରେନସ, ଏନସିପି, ଟିଡ଼ିପି ଓ ବାମପନ୍ଥୀ ଦଳଗୁଡ଼ିକ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଗତକାଲି ଦିଲ୍ଲୀରେ ଚାଷୀଙ୍କ ହକ୍‌ ପାଇଁ କେନ୍ଦ୍ର ସରକାରଙ୍କୁ ବେଶ୍‌ କଡ଼ା ଭାଷାରେ ଟାର୍ଗେଟ କରିଥିଲେ। ତା ପରଠାରୁ ବିଜେଡି ମୋଦିଙ୍କ ବିରୋଧରେ ସମ୍ଭାବିତ ମହାମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ନୀତିରେ ଏବେ ବି କାଏମ ରହିଛି। ଏ ପର୍ଯ୍ୟନ୍ତ ବିଜେଡି ମହାମେଣ୍ଟରେ ସାମିଲ ହୋଇ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତି ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ସୂଚନାଯୋଗ୍ୟ ଯେ ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓଡ଼ିଶା ଗସ୍ତରେ ଆସି ନବୀନ ନିବାସରେ ରହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଜାତୀୟ ରାଜନୀତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶ୍ରୀ ରାଓ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଯାଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର