ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବି‌କ୍ଷୋଭ କରିବ ବିଜେଡି

ଭୁବନେଶ୍ବର : ଶନିବାର ଦିନ ଗ୍ୟାସ୍ ସିଲିଣ୍ଡର ଦର ୫୦ଟଙ୍କା ବଢ଼ିବା ପରେ ସିିଲିଣ୍ଡର ଦାମ୍ ୧୦୨୬ଟଙ୍କାରେ ପହଞ୍ଚିଛି। ଗତ କିଛି ମାସ ହେଲା ଲଗାତର ଭାବେ ଗ୍ୟାସ୍‌ ଦାମ୍ ବଢ଼ି ଚାଲିଥିବାବେଳେ ଆଜି ହଠାତ୍ ୫୦ଟଙ୍କା ବଢ଼ିବା ସାଧାରଣ ଲୋକଙ୍କୁ ବାଧିଛି। ସିଲିଣ୍ଡର ଦାମ୍ ବୃଦ୍ଧିକୁ ବିରୋଧ କରି ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି କହିଛି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଗ୍ୟାସ ଦର ବୃଦ୍ଧି ହେଉଛି ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନ। ବାରମ୍ବାର ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଘରେ ଗୋଇଠା ମାରୁଛନ୍ତି। ଏହାର ଜବାବ୍ ଦିଆଯିବ। ଖରା କମିଲେ ବିଜେଡି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚରେ ସିଲିଣ୍ଡର ଦାମ୍ ୫୦ଟଙ୍କା ବଢ଼ିଥିଲା

ସମ୍ବନ୍ଧିତ ଖବର