ପ୍ରତାପଙ୍କ ନାମରେ ଏତଲା ଦେଲା ବିଜେପି

କଟକ/ସାଲେପୁର : ସାଲେପୁର ନିର୍ବାଚନମଣ୍ଡଳୀର ମାଳଶାସନରେ ଅନୁଷ୍ଠିତ କର୍ମୀ ସମାବେଶ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ମନ୍ତ୍ରୀ ଶ୍ରୀ ଜେନା ସଭାରେ ଭୋଟରଙ୍କୁ ପ୍ର‌ଲୋଭିତ ଓ ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ। ମନ୍ତ୍ରୀଙ୍କ ନାମରେ ଆଇପିସିର ଦଫା ୧୭୧(ବି), ୧୭୧(ସି) ଓ ୫୦୬ରେ ମାମଲା ରୁଜୁ କରିବାକୁ ଶ୍ରୀ ସାହୁ ସା‌ଲେପୁର ଥାନାରେ ଲିଖିତ ଭାବେ ଦାବି କରିଛନ୍ତି। ସାଲେପୁର ନିର୍ବାଚନମଣ୍ଡଳୀରେ ଯେଉଁ ପଂଚାୟତ ପ୍ରଶାନ୍ତ ବେହେରାଙ୍କୁ ଅଧିକ ଭୋଟ ଦେବେ ସେହି ପଂଚାୟତକୁ ୩୫ଲକ୍ଷ ଓ ଯେଉଁ ବୁଥ୍‌ରୁ ଅଧିକ ଭୋଟ ମିଳିବ ସେହି ବୁଥ୍‌କୁ ୧୫ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଥିବା ନେଇ ଏହି ଏତଲାରେ ଦର୍ଶାଇଛି। ଏ ସଂପର୍କରେ ଷ୍ଟେସନ ଡାଏରୀ କରାଯାଇଛି ବୋଲି କଟକ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର