ବିଜେପି ମହିଳା ମୋର୍ଚ୍ଚାର ବି‌କ୍ଷୋଭ

ଭୁବନେଶ୍ବର : ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ମାଷ୍ଟର୍‌ କ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋର୍ଚ୍ଚାର କର୍ମକର୍ତ୍ତାମାନେ ଆଜି ଏକ ଶୋଭାଯାତ୍ରାରେ ଶ୍ରୀୟା ଛକରୁ ମାଷ୍ଟର୍‌ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ନାରାବାଜି କରି ତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ମାମଲାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦେବାକୁ ମୋର୍ଚ୍ଚା ଦାବି କରିଛି।

ସମ୍ବନ୍ଧିତ ଖବର