ଟ୍ରେନ୍‌ ଲାଇନ୍‌ କଡ଼ରୁ ଅଜଣା ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଝାରସୁଗୁଡା : ଇବ୍‌ ନଦୀ ନିକଟ ରେଳ ଧାରଣା କଡ଼ରେ ବୁଧବାର ଜଣେ ଅଜଣା ଯୁବତୀଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖା ଯାଇଥିଲା। ଝାରସୁଗୁଡ଼ାରୁ ଇବ୍‌ ଆଡ଼କୁ ଯାଇଥିବା ରେଳ ଧାରଣାର ଇବ୍‌ନଦୀ ପୂର୍ବରୁ  ରେଳ ଲାଇନ୍‌ କଡ଼ରୁ ଏହି ଯୁବତୀଙ୍କ ମୃତଦେହକୁ ଝାରସୁଗୁଡ଼ା ଜିଆର୍‌ପି ପୁଲିସ  ଉଦ୍ଧାର କରିଛି। ମୃତଦେହ ପଡ଼ିଥିବା ନେଇ ସାଉଥ ବିହାର ଏକ୍ସପ୍ରେସ୍ ଟ୍ରେନ୍‌ର କର୍ମଚାରୀ ଅପରାହ୍‌ଣ ୨ଟା ୨୫ରେ ଝାରସୁଗୁଡ଼ା ଜିଆର୍‌ପିକୁ ସୂଚନା ଦେଇଥିଲେ। ଯୁବତୀ ଜଣକ କୌଣସି ଟ୍ରେନ୍‌ରୁ ଖସି ପଡ଼ିଛନ୍ତି ନା କେହି ହତ୍ୟା କରି ଫିଙ୍ଗି ଦିଆଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର