ଗାଁ ରେ ମିଳିଲାନି ଶ୍ମସାନ, ପୁଣି ଶବ ଫେରିଲା ନବରଙ୍ଗପୁର

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ  : କୋରନା ସନ୍ଦେହ ରେ ଗାଁ ରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ରାତି ରେ ରବିନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ରବିଙ୍କ ମୃତ୍ୟୁ ପରେ ତାଙ୍କ ବଡ ଭାଇ ମହାପ୍ରାୟାଣ ଗାଡି ରେ ଖାତିଗୁଡା ସ୍ଥିତ ବାସଭବନ କୁ ଆଣିଥିଲେ ।

ପୋଡଶୀ କିମ୍ବା ସ୍ଥାନୀୟ ବାସିନ୍ଦା କରୋନା ସନ୍ଦେହ କରି ଶବକୁ ଛୁଇଁନଥିଲେ କିମ୍ବା ଖାତିଗୁଡା ନିକଟସ୍ଥ ଇନ୍ଦ୍ରାବତୀ ନଦୀ କୂଳରେ ଅନ୍ତିମ ସଂସ୍କାର କରିବା ପାଇଁ ବାରଣ କରିଥିଲେ। ତେବେ ଏହି ଗୁରୁତର ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧି ନବରଙ୍ଗପୁର ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ପରେ ତହସିଲଦାର ପ୍ରଦୀପ କୁମାର କର ଓ ବିଡିଓ ପଦ୍ମନାଭ ତ୍ରିପାଠୀଙ୍କ ହସ୍ତକ୍ଷେପ ପରେ ଏକ ଶବ ବାହକ ଗାଡି ର ବ୍ୟବସ୍ଥା କରି ନବରଙ୍ଗପୁର କୁ ନେବା ବ୍ୟବସ୍ଥା କରାଯାଇଥିଲା। ତେବବେ ଉକ୍ତ ଖରାପ ହୋଇ ରାସ୍ତା ରେ ରହିଯାଇଥିଲା। ପୁନର୍ବାର ନବରଙ୍ଗପୁର ଜିଲ୍ଲା ସଦର ଡାକ୍ତରଖାନାର ମୁଖ୍ୟ ଡଃ ଚୌଧୁରୀ ଶୋଭା ରାଣୀ ମିଶ୍ରଙ୍କ ଶହ ଯୋଗାଯୋଗ କରି ଅନ୍ୟ ଏକ ଶବ ବାହକ ଗାଡ଼ିର ବ୍ୟବସ୍ଥା କରିବା ସହ ୪ ଟି ପିପିଇ କିଟ ଯୋଗାଇ ଦେଇଥିଲେ ।

ତେନ୍ତୁଳିଖୁଣ୍ଟି କୁର୍ମାକୋଟ ର ସ୍ବେଛାସେବୀ ମାନେ ସହାୟତା କରି ଆଜି ଅପରାହ୍ନ ୩ ଘଟିକା ରେ ପୁନର୍ବାର ଶବକୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇ ଶବ ସତ୍କାର କର।ଯାଇଥିଲା । ତେବେ ପ୍ରକାଶ ଥାଉକି ଗତ ୨୭ ତାରିଖ ଦିନ ରବି ନାରାୟଣଙ୍କ ବାପା ତଥା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଯାଇଥିଲା। ବିରଞ୍ଚିଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ବୃଦ୍ଧ ବାପା ପୁତ୍ର ଶୋକରେ ଭାଙ୍ଗିପଡି ଗତ ମଇ ୨ ତାରିଖ ରେ ମୃତ୍ୟୁ ବରଣ କରିଥିଲେ। ତେବେ ୮ ଦିନ ମଧ୍ୟରେ ଗୋଟିଏ ପରିବାର ର ୩ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର