ସାମାଜିକ ଦୂରତା ଓ ସରକାରୀ ନିର୍ଦେଶ ଫୁ; ଆଟୋରେ ଯାତ୍ରୀ ପରିବହନ

ଜୟପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଲକଡାଉନ୍। ବସ, ରେଳ, ବିମାନ ସହ ଅଟୋ ଚଳାଚଳ ଉପରେ ବି ରୋକ୍ ଲଗାଇଛି ସରକାର। ଗାଁରୁ ଆରମ୍ଭ କରି ସହରର ପନିପରିବା, ସଉଦା, ମେଡିକାଲ ଷ୍ଠୋର ଏବଂ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ସକାଳ ୬ଠାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। ସହର ଉପରେ ସଂପୁର୍ଣ୍ଣ ନିର୍ଭର ଥିବା ଗ୍ରାମବାସୀ ମାନେ ଘରୋଇ ଓ ସରକାରୀ ଆଂଚଳିକ ବସ ସେବା ବନ୍ଦ ହେବାରୁ ଅଟୋକୁ ଯିବା ଆସିବା ପ୍ରମୁଖ ମାଧ୍ୟମ ଭାବେ ବାଛିଛନ୍ତି। ତେବେ ଆ‌ଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କଟକଣାକୁ ଅଟୋ ଚାଳକ ମାନେ ମାନୁ ନାହାଁନ୍ତି।

ଆଟୋ ଗୁଡିକରେ ଗୋରୁ ଗାଇଙ୍କୁ ନେବା ଭଳି ଯାତ୍ରୀ ବସାଇ ବୋରିଗୁମ୍ମା ଓ ଜୟପୁର ବ୍ଲକର ବିଭିନ୍ନ ଗାଁର ଲୋକଙ୍କୁ ଜୟପୁର, ବୋରିଗୁମ୍ମା, କୋଟପାଡ ଓ ନବରଙ୍ଗପୁର ଆଦି ସହରକୁ ଆଣୁଥିବା ଦେଖିବାକୁ ମିଳିଛି। ଆଟୋ ଗୁଡିକ ଯାତ୍ରୀ ନେଇ ସହରକୁ ସଂଯୋଗ କରୁଥିବା ବିଭିନ୍ନ ଲୁପ୍ ଲାଇନ୍ ରାସ୍ତାରେ ଆସୁଥିବା ଦେଖିବାକୁ ମିଳିଛି। ଜରୁରୀ କାଳୀନ ତଥା ନିର୍ମାଣ ସାମଗ୍ରୀ ନେବା ବାହାନାରେ ବି କିଛି ଅଟୋ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ତେବେ ସାମାଜିକ ଦୂରତା ରକ୍ଷାବି କରାଯାଉନଥିବା ଦେଖିବାକୁ ମିଳିଛି। ପୁଲିସ ଓପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର