ହାଟଡିହି: ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଆମ୍ବୋ ପଞ୍ଚାୟତ ଜଳହରି ଗ୍ରାମରେ ପୂର୍ବ ବିବାଦକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କ ଘର ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। କିଛିଦିନ ତଳେ ରାସ୍ତାରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏହାକୁ ନେଇ ଗତକାଲି ରାତିରେ କେହି ଦୁର୍ବୃତ୍ତ ଗ୍ରାମର ମଣିଚରଣ ଜେନାଙ୍କ ଘରେ ନିଆଁ ଲଗାଇ ଦେଇଥିବା ତାଙ୍କ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଘରେ ନିଆଁ ଲାଗିଥିବା ଦେଖି ପଡ଼ୋଶୀ ପାଟି କରିଥିଲେ। ପରିବାର ଲୋକେ ଉଠିପଡ଼ି ନିଆଁକୁ ଆୟତ୍ତ କରିବା ସହ ଗୁହାଳରେ ବନ୍ଧା ହୋଇଥିବା ଗାଈଗୋରୁଙ୍କୁ ଫିଟାଇ ଦେବାରୁ ସେମାନେ ବର୍ତ୍ତି ଯାଇଥିଲେ।