ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ଦିନକ ପାଇଁ ଓ ପ୍ରଶାନ୍ତି ଏକ୍ସପ୍ରେସ ୯ଦିନ ପାଇଁ ଆଂଶିକ ବାତିଲ

ବାଙ୍ଗାଲୋର ନିକଟରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ରେଳପଥର ବାଙ୍ଗାଲୋର ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ ଓ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ୯ ଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ପୁରୀଠାରୁ ଛାଡ଼ିବାକୁ ଥିବା ୨୨୮୮୩ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୨୯ ତାରିଖରେ ଏବଂ ଯଶୋବନ୍ତପୁର ଠାରୁ ଛାଡ଼ିବାକୁ ଥିବା ୨୨୮୮୪ ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ ମାର୍ଚ୍ଚ ୩୦ ତାରିଖରେ ବାତିଲ କରାଯାଇଛି ।

India Rail Info

ସେହିପରି ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ୍‌ ଭୁବନେଶ୍ୱର ଠାରୁ ମାର୍ଚ୍ଚ ମାସ ୨୭ ତାରିଖରୁ ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋରଠାରୁ ମାର୍ଚ୍ଚ ମାସ ୨୮ ତାରିଖରୁ ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସ୍‌.ଏସ୍‌.ପି.ଏନ୍‌) ମଧ୍ୟରେ ଚଳାଚଳ କରିବ ଏବଂ ଏସ୍‌.ଏସ୍‌.ପି.ଏନ୍‌ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ।

ସମ୍ବନ୍ଧିତ ଖବର