ଗଞ୍ଜେଇ ସହ କାର ଓ ଦୁଇ ବାଇକ୍ ଜବତ, ୨ ଗିରଫ

ବାଉଁଶୁଣୀ, : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପୁଲିସ ସୋମବାର ଦିନ ଏକ କାର୍‌ରୁ ଗଂଜେଇ ଜବତ କରିଥିବା ବେଳେ କାର୍‌କୁ ପାଇଲଟିଂ କରି ଆଣୁଥିବା ଦୁଇଟି ବାଇକ୍‌କୁ ଜବତ କରି ୨ ଜଣଙ୍କୁ ଗିରଫ କରିଛି।

ସୂଚନାନୁସାରେ ବାଉଁଶୁଣୀ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣୀ-ଗୁନ୍ଦୁଳିଆ ରାସ୍ତାର ଛେଳିବାହାଲ୍‌ ଛକ ନିକଟରେ ଏକ କାର୍‌ (ଓଆର୍‌୧୭କେ-୬୬୯୯)କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାର୍‌ରୁ ୬୦ କେଜି ଗଂଜେଇ ଜବତ କରିଥିଲା। ସେହିପରି କାର୍‌କୁ ପାଇଲଟିଂ କରି ଆଣୁଥିବା ଦୁଇଟି ବାଇକ୍‌ (ଓଡି୩୧ଜି-୩୭୫୮ ଓ ଓଡି୩୧ଜେ-୧୩୫୮)କୁ ପୁଲିସ ଜବତ କରିଛି। ଏଥିରେ ସଂପୃକ୍ତ ବିହାରର ଜିତେନ୍ଦ୍ର ଯାଦବ (୪୯) ଓ ମନମୁଣ୍ଡା ଥାନା ଥାଟିପାଲି ଗ୍ରାମର ସିପୁନ ଖମାରୀ (୨୨)କୁ ଗିରଫ କରିଛି। ଏହି ବେଆଇନ୍‌ କାରବାରରେ ସଂପୃକ୍ତ ୭ ଜଣଙ୍କ ବିରୋଧରେ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର