ଜୟଦେବ ବିହାର ଛକ ନିକଟରେ ମଝି ରାସ୍ତାରେ ଜଳିଗଲା କାର୍‌

ଭୁବନେଶ୍ବର : ଜୟଦେବ ବିହାର ଛକ ନିକଟରେ ଆଜି ଏକ କାର୍‌‌ରେ ନିଆଁ ଲାଗି ଜଳିଯାଇଛି। ଦିନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଥିଲାବେଳେ ଏଥିରେ କାହାର କ୍ଷତି ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଗତସିଂହପୁରର କୈଳାସ ଚନ୍ଦ୍ର ନାୟକ ତାଙ୍କ ଇଣ୍ଡିଗୋ କାର୍‌କୁ ଜୟଦେବ ବିହାର ଛକକୁ ଆସିବା ପାଇଁ ଫ୍ଲାଏ ଓଭରବ୍ରିଜ୍‌ରୁ ଚଳାଇ ଆଣୁଥିଲେ। ସେତିକିବେଳେ ଗାଡ଼ି ଆଗରୁ ଧୂଆଁ ବାହାରିଥିଲା। ଚାହୁଁଚାହୁଁ ଜଳି ଉଠିଥିଲା।

ସମ୍ବନ୍ଧିତ ଖବର