ଜାନୁଆରି ୧୬ରୁ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ୨୦୧୯ ଜାନୁଆରି ୧୬ରୁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଆହ୍ଲାବାଦରେ କୁମ୍ଭମେଳା ହେବାକୁ ଥିବାରୁ ତାହାକୁ ଦୃଷ୍ଟିରେ ରଖି ଉକ୍ତ ସହର ପାଇଁ କିଛିଟା ପରିବର୍ତନ କରାଯାଇଛି। ସ୍କୁଲଗୁଡ଼ିକ ଜାନୁଆରି ୧ରୁ ପରୀକ୍ଷା କରିପାରିବେ। ୨୦ରୁ ଅଧିକ ପରୀକ୍ଷାର୍ଥୀ ଥିବା ବିଦ୍ୟାଳୟ ଦୁଇଟି ସେକ୍ସନରେ ପରୀକ୍ଷା ହେବ। ଏନେଇ ସମସ୍ତ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଚଳିତ ମାସ ସୁଦ୍ଧା ପରୀକ୍ଷା ତାରିଖ ଘୋ‌ଷଣା କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର