ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ: ବାଣିଜ୍ୟରେ ଆକାଶ, ବିଜ୍ଞାନରେ ଦୀକ୍ଷିତା ରାଉରକେଲା ଟପ୍ପର

ରାଉରକେଲା : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିନା ପରୀକ୍ଷାରେ ଛାତ୍ରଛାତ୍ରୀ ଭଲ ନମ୍ବର ରଖିଛନ୍ତି। ଚଳିତ ମୋଟ ୯୯.୩୭% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜିମାତ୍‌ ମାରିଛନ୍ତି। ୯୯.୬୭% ଛାତ୍ରୀ, ୯୯.୧୩% ଛାତ୍ର ପାସ୍‌ କରିଛନ୍ତି। ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନେ ବେଶ୍‌ ଖୁସି ଅଛନ୍ତି। ବାଣିଜ୍ୟରେ ସେକ୍ଟର-୧୪ ଦିଲ୍ଲୀ ପବ୍ଲିକ ସ୍କୁଲର ଆକାଶ ଅଗ୍ରୱାଲ (୯୭.୮୦%), ବିଜ୍ଞାନରେ ବାସନ୍ତି କଲୋନି ଡିଏଭି ପବ୍ଲିକ ସ୍କୁଲର ଦୀକ୍ଷିତା ଜେନା (୯୭.୨%) ନମ୍ବର ରଖି ରାଉରକେଲା ଟପ୍ପର ହୋଇଛନ୍ତି। ବେଦବ୍ୟାସ ଝାଡ଼ତରଙ୍ଗସ୍ଥିତ ସେଣ୍ଟ୍‌ ଆର୍‌ଲୋନ୍‌ଡ ସ୍କୁଲର ଖୁସ୍‌ବୁ ଗୋଏଲ୍‌ ବାଣିଜ୍ୟରେ (୯୭.୨%) ନମ୍ବର ରଖି ଦ୍ବିତୀୟ , ବିଜ୍ଞାନରେ ଆଦିତ୍ୟ ବିଜୟ ରାଜ (୯୭%) ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

‌ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ : ସେକ୍ଟର-୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲରରେ ଦ୍ବାଦଶ ଶ୍ରେଣୀରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୩୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୭ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୮ ଛାତ୍ରଛାତ୍ରୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବିଜ୍ଞାନରେ ସିଦ୍ଧାର୍ଥ ଶଙ୍କର ପ୍ରଧାନ (୯୫.୬%) ନମ୍ବର ରଖି ପ୍ରଥମ ହୋଇଛନ୍ତି। ବାଣିଜ୍ୟରେ ନିବେଦିତା ପଣ୍ଡା ୯୪.୪% ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି। ୯୫.୨% ନମ୍ବର ରଖି ଅର୍ପିତା ମହାନ୍ତି ଦ୍ବିତୀୟ, ୯୫% ନମ୍ବର ରଖି ସେଜଲ ପ୍ରଧାନ ତୃତୀୟ୍ ସ୍ଥାନରେ ରହିଛନ୍ତି। ଅନୁଭୂତି ପାଣ୍ଡେ ୯୪.୮%, ସମର୍ଥ ଦାସ ୯୪.୬%, ସୃଷ୍ଟି ସମୀକ୍ଷା ସାହୁ ୯୪.୨% ନମ୍ବର ରଖିଛନ୍ତି। ବାଣିଜ୍ୟରେ ନିବେଦିତା ପଣ୍ଡା ୯୪.୪%, ଭାବନା ସାମଲ ୯୪%, ସୃଷ୍ଟି ପୁରୋହିତ ୯୧.୬% ନମ୍ବର ରଖିଛନ୍ତି। ବିଜ୍ଞାନରେ ୧୮ ଓ ବାଣିଜ୍ୟରେ ୩ ଛାତ୍ରଛାତ୍ରୀ ସ୍କୁଲର ସର୍ବାଧିକ ନମ୍ବର ରଖିଛନ୍ତି।

ବାସନ୍ତୀ କଲୋନି ଡିଏଭି ସ୍କୁଲ : ବାସନ୍ତି କଲୋନି ଡିଏଭି ସ୍କୁଲରେ ସମସ୍ତ ୧୩୯ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ଦୀକ୍ଷିତା ଜେନା ୯୭.୨ % ନମ୍ବର ରଖି ରାଉରକେଲା ତଥା ସ୍କୁଲର ଟପ୍ପର ହୋଇଛନ୍ତି। ୯୫.୮% ନମ୍ବର ରଖି ଜଗରୁପା ପତି, ବର୍ଷା ପ୍ରଧାନ, ଶ୍ରଦ୍ଧା ସୁମନ ସାମଲ ଓ ହର୍ଷିତା କୁମାର ମହାନ୍ତି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୧୮ ଛାତ୍ରଛାତ୍ରୀଙ୍କୁ ୯୫% ନମ୍ବର ମିଳିଛି। ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଦିବ୍ୟ ମୈତ୍ର ମୁଦୁଲି, ରାହୁଲ କୁମାର ବେହେରା, ସ୍ମୃତି ବିରାଟ, ଶ୍ରେୟା ପାଣ୍ଡେ, ଲଳିତ କୁମାର ସାହୁ, ପ୍ରି୍ୟାଂଶୁ ପ୍ରତୀକ ସେଠୀ, ସତ୍ୟପ୍ରକାଶ ନନ୍ଦ, ଅର୍ପିତା ବେହେରା, ପ୍ରଜ୍ଞା ମହାପାତ୍ର, ଶ୍ରେୟାଶ୍ରୀ ପାଣିଗ୍ରାହୀ, ଓମ୍‌ କୁମାର ଦାସ, ସୁବ୍ରତ କୁମାର ପଣ୍ଡା, ଅମ୍ଳାନ ବରାଳ। ୪୬ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟରେ ସମସ୍ତ ୬୬ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଶୁଦ୍ଧିସ୍ମିତା ପ୍ରଧାନ ୯୫% ନମ୍ବର ରଖି ସ୍କୁଲର ପ୍ରମଥ ହୋଇଛନ୍ତି। ବିପାସନା ମହାନ୍ତି ୯୪.୬% ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନେହା ଜୈନ ୯୦.୨% ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ୨୮ ଛାତ୍ରଛାତ୍ରୀ ୮୦%ରୁ ଅଧିକ ନମ୍ବର ରଖିଛନ୍ତି।

ଦିଲ୍ଲୀ ପବ୍ଲିକ ସ୍କୁଲ : ସେକ୍ଟର-୧୪ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ବିଜ୍ଞାନରେ ୧୫୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ୯୦%ରୁ ଅଧିକ ୬, ୮୦%ରୁ ଅଧିକ ୫୪, ୭୦%ରୁ ଅଧିକ ୮୪, ୬୦%ରୁ ଅଧିକ ୨୨, ୫୦%ରୁ ଅଧିକ ନମ୍ବର ରଖି ଜଣେ ପାସ୍‌ କରିଛନ୍ତି।୯୧.୪୦% ନମ୍ବର ରଖି ରିୟା ସିଂହ ପ୍ରଥମ, ୯୧.୨୦% ନମ୍ବର ରଖି ଦେବଜ୍ୟୋତି ବିଶ୍ବାଳ ଦ୍ବିତୀୟ, ୯୧% ନମ୍ବର ରଖି ଶ୍ରେୟା ନାୟକ ତୃତୀୟ ସ୍ଥାନରେ ରହିଛନ୍ତି। ତନିଶା ପତି ୯୦.୪୦%, ଉଦିତ ମିଶ୍ର ୯୦.୪୦% ଓ ଆୟୁଶି ସାମଲ ୯୦.୨୦% ନମ୍ବର ପାଇଛନ୍ତି। ବାଣିଜ୍ୟରେ ୧୦୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୧୫ ଛାତଛାତ୍ରୀ ୯୦%ରୁ ଅଧିକ, ୩୩ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୩୬ ଛାତ୍ରଛାତ୍ରୀ ୭୦%ରୁ ଅଧିକ, ୧୬ ଛାତ୍ରଛାତ୍ରୀ ୬୦% ଓ ୨ ଜଣ ୫୦%ରୁ ଅଧିକ ନମ୍ବର ରଖିଛନ୍ତି। ଆକାଶ ଅଗ୍ରୱାଲ ୯୭.୮୦% ନମ୍ବର ରଖି ପ୍ରଥମ, ୯୬% ନମ୍ବର ରଖି ସିୟା ରାଜୁକା ଓ ସୁଭଶ୍ରୀ ମହାପାତ୍ର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବଂଶିକା ଅଗ୍ରୱାଲ ୯୫.୪୦%, କୁନାଲ ଅଗ୍ରୱାଲ ୯୪.୮୦%, ଅନନ୍ୟା ସିହ୍ନା ୯୩.୪୦%, ନିଧି ଅଗ୍ରୱାଲ ୯୪.୬୦%, ଅନୁଜ କୁମାର ଅଗ୍ରୱାଲ ୯୩.୨୦%, ଅନୁଜ ସିଂ ୯୨.୨୦%, ଗରିମା ସରାଫ ୯୧.୮୦%, ଅର୍ପିତା ପଣ୍ଡା ୯୧.୪୦%, ମନ୍‌ସିମେର କୌର ଛାବ୍ରା ୯୧.୪୦%, ପ୍ରୀତି ଜୈନ ୯୧.୨୦% ଓ ଆଶୁତୋଷ ଶର୍ମା ୯୦.୮୦% ନମ୍ବର ରଖିଛନ୍ତି। ହ୍ୟୁମାନିଟିଜ୍‌ରେ ୧୭ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସୁରଜ କୁମାର ସାହୁ ୯୦.୬୦%, ଆଦିତି ଯାଦବ ୯୦% ଓ ସୁହାନି ସୂର୍ଯ୍ୟ ୮୭.୪୦% ନମ୍ବର ରଖିଛନ୍ତି। ୯୦%ରୁ ଅଧିକ ୨ଜଣ, ୮୦%ରୁ ଅଧିକ ୪ ଜଣ, ୭୦୯%ରୁ ଅଧିକ ୫ , ୬୦%ରୁ ଅଧିକ ୪, ୫୦%ରୁ ଅଧିକ ଦୁଇଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ସେଣ୍ଟ ଆର୍‌ନୋଲ୍‌ଡ ସ୍କୁଲ : ବେଦବ୍ୟାସ ଝାଡତରଙ୍ଗ ସ୍ଥିତ ସ୍କୁଲରେ ବିଜ୍ଞାନରେ ୫୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଆଦିତ୍ୟ ଭିଜୟରାଜ ୯୭% ନମ୍ବର ରଖି ସ୍କୁଲର ପ୍ରଥମ ହୋଇଛନ୍ତି। ଆଶୀଷ ପ୍ରକାଶଙ୍କୁ ୯୫.୮%, ‌ଶ୍ରେୟାନ୍‌ ବାଗ୍‌ଚି ୯୫.୨%, ଧନ୍ୟଜ୍ୟୋତି ଘୋଷାଲଙ ୯୨.୬%, ଅଜୟ କୁମାର ଓରାମ ୯୧.୬% ନମ୍ବର ପାଇଛନ୍ତି। ବାଣିଜ୍ୟରେ ୯୭.୨% ନମ୍ବର ରଖି ଖୁସ୍‌ବୋ ଗୋଏଲ ପ୍ରଥମ ହୋଇଛନ୍ତି। ଧ୍ରୁବ ବଂଶଲ ୯୫.୪%, ବୈଭବ୍‌ ରାଜ ଗୁପ୍ତା ୯୫.୨%, ତନିଶା ଅଗ୍ରୱାଲ ୯୫% ଓ ସଚିନ ଅଗ୍ରୱାଲ ୯୩.୬% ନମ୍ବର ରଖିଛନ୍ତି। କଳାରେ ସମସ୍ତ ୫୦ ଛାତ୍ରଛାତ୍ର ପାସ୍‌ କରିଛନ୍ତି।୯୬.୬% ନମ୍ବର ରଖଇ ଏ. ସଞ୍ଜୟ ଘୋରତକର ପ୍ରଥମ ହୋଇଛନ୍ତି। ୯୬.୪% ନମ୍ବର ରଖି ସ୍ବେତାପଦ୍ମା ଦାସ ଦ୍ବିତୀୟ, ୯୩.୮% ନମ୍ବର ରଖି ଅଭିପ୍‌ସା ସାଣ୍ଡିଲ ତୃତୀୟ ସ୍ଥାନରେ ରହିଛନ୍ତି। ସାରୋନ ଲୁଗୁନ ୯୧.୨%, ଶୁଭଲକ୍ଷ୍ମୀ ସାମଲ ୮୯% ନମ୍ବର ରଖିଛନ୍ତି।

ଗୁରୁନାନକ ପବ୍ଲିକ ସ୍କୁଲ : ସେକ୍ଟର-୨୧ ନୟାବଜାର ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲରରେ ବିଜ୍ଞାନରେ ୧୦୪, ବାଣିଜ୍ୟରେ ୯୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନରେ ୯୪.୬% ନମ୍ବର ରଖି ଦୀପକ ନାୟକ ପ୍ରଥମ, ବାଣିଜ୍ୟରେ ୯୨.୬% ନମ୍ବର ରଖି ସୌରଭ କୁମାର ଗୋଏଲ ଓ ପ୍ରବୀଣ ବାରା ପ୍ରଥମ ସ୍ଥାନରେ ରହିଛନ୍ତି। ମୋଟ ୧୯୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବିଜ୍ଞାନରେ ଦୀପକ ନାୟକ ପରେ ୯୩.୮୦% ନମ୍ବର ରଖି ଅନିନ୍ଦିତା ପତି ଦ୍ବିତୀୟ, ୯୩.୨% ନମ୍ବର ରଖି ସୌମ୍ୟା ପାଢ଼ୀ ତୃତୀୟ ସ୍ଥାନରେ ରହିଛନ୍ତି। ୯୧.୨% ନମ୍ବର ରଖି ଇଶାନୀ ସରକାର ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର