ଭିଜିଲାନ୍‌ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ବିଦ୍ୟୁତ୍‌ ଉପଖଣ୍ଡ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଆଜି ଭୁବନେଶ୍ବର ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ସାକ୍ଷୀଗୋପାଳ ବିଦ୍ୟୁତ୍‌ ଉପଖଣ୍ଡ ସେକ୍ସନ୍‌ ୨ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଘ୍ନରାଜ ମହାନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ଧାନକେରା ଗ୍ରାମର ସୁରେନ୍ଦ୍ର ଚନ୍ଦ୍ର ଦାଶଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ। ବିଘ୍ନରାଜଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆଯାଇ ଥିବା ୫୦୦୦ ଟଙ୍କା ଜବତ ହୋଇଛି। ଏହି ଟଙ୍କାକୁ ଭିଜିଲାନ୍‌ସ ଭୟରେ ଶ୍ରୀ ମହାନ୍ତି ଲାଇନମ୍ୟାନ୍‌ ଦେବୀପ୍ରସାଦ ନାୟକଙ୍କୁ ଧରାଇ ଦେଇଥିଲେ। ସେ ମଧ୍ୟ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର