ଚମ୍ପୁଆ ବିଧାୟକଙ୍କ ଏତଲା ରଦ୍ଦ ମାମଲା; ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପକ୍ଷରୁ ଏତଲା ରଦ୍ଦ କରିବା ନେଇ ହାଇକୋର୍ଟରେ ଦାୟର ମାମଲାରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୮ରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ଜଷ୍ଟିସ ଶତ୍ରୁଘ୍ନ ପୂଜହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବିରୋଧରେ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନାରେ ଅଭିଯୋଗ ହୋଇଥିଲା। ବଳଭଦ୍ର ପାତ୍ରଙ୍କ ଏତଲାକ୍ରମେ ପୁଲିସ ଗତ ବର୍ଷ ଏହି ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର