ଚାରିଶମ୍ଭୁ ପୀଠରୁ ଉଠିଲା ଚୈତ୍ର ଦଣ୍ଡ; ଝାମୁଯାତ୍ରାରେ ବାହାରିଲେ ବାବା ପଶ୍ଚିମେଶ୍ୱର

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଐତିହାସିକ ଗନ୍ଧରାଢ଼ୀ (ଚାରିଶମ୍ଭୁ)ପୀଠରୁ ଗୁରୁବାର ଚୈତ୍ର ଦଣ୍ଡ ଉଠିଛି। ବାବା ପଶ୍ଚିମେଶ୍ବର ଝାମୁଯାତ୍ରାରେ ବାହାରିଛନ୍ତି। ସିଦ୍ଧେଶ୍ୱର, ଜାଗେଶ୍ୱର, ପଶ୍ଚିମ ସୋମନାଥ, କପିଳେଶ୍ୱର, ଭଦ୍ରକାଳୀ, ଶ୍ୟାମାକାଳୀଙ୍କ ସହ ବିଭିନ୍ନ ଦେବା ଦେବୀଙ୍କୁ ଠାରେ ରିତିନୀତି ପୂଜାକାନ୍ତି ହେଲା ପରେ ଦଣ୍ଡ ଉଠିଥିଲା।

ଶୁକ୍ରବାର ମନ୍ଦିର ପରିସରରୁ ଠାକୁର ଠାକୁରାଣୀଙ୍କୁ ବାହାର କରାଯାଇ ଚାରିଶମ୍ଭୁ, ଜଗତି ଗ୍ରାମ ପରିକ୍ରମା କରାଯାଇ ଘରକୁ ଘର ବନ୍ଦାଣ ଘେନିଥିଲେ। ରବିନା କ୍ଷେତିଙ୍କ ତତ୍ତ୍ବାବଧାନରେ ଉଠିଥିବା ଏହି ଦଣ୍ଡରେ ମୁଖ୍ୟ ପାଟଭୁକୁତା ଭାବେ ପରଖିତ ସ୍ୱାଇଁ, ବିଣାକାର ଭାବେ ଶିଶିର କଳତା, ମୁନା ବେହେରା, ସନ୍ତୋଷ ବେହେରା, ଜଳନ୍ଧର ପ୍ରଧାନଙ୍କ ସହ ତେର ଭୁକୁତା, ଗୁହରିଆମାନେ ସାମିଲ ହୋଇ ଠାକୁରଙ୍କୁ ବିଭିନ୍ନ ଗ୍ରାମ ପରିକ୍ରମା କରିବା କାର୍ଯକ୍ରମ ରହିଛି।

ନୂଆ ଦଣ୍ଡ ପାଟି ଭାବେ ଏହି ଦଣ୍ଡ ବାହାରି ଗ୍ରାମ ପରିକ୍ରମା କରିଥିବା ବେଳେ ପୁରୁଣା ଦଣ୍ଡ ପାଟିର ଚତୁର୍ଭୁଜ ଖମାରୀଙ୍କ ତତ୍ୟାବଧlନରେ ପଶ୍ଚିମ ସୋମନାଥ ମନ୍ଦିରରୁ ଦଣ୍ଡ ଉଠିଛି। ଏଥିରେ ପୂଜକ ସୁଶୀଲ ପାଣିଗ୍ରାହୀ, ସୁବାସ ଖମାରୀ ପୂଜାକାର୍ଯ୍ୟ ତୁଲାଇଥିବା ଜଣାପଡ଼ିଛି। ଦୀର୍ଘ୍ ୨୧ ଦିନ ବ୍ୟାପୀ ଏହି ଯାତ୍ରା ହେଉ ଥିବା ବେଳେ ପଣାସଂକ୍ରାନ୍ତି ଦିନ ଠାକୁରମାନେ ମେରୁ ଯାତ୍ରା କରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ଶନିବାର ଦିନ ଠାରୁ ଚଣ୍ଡୀତଳ ଗ୍ରାମରୁ ଗୁପ୍ତେଶ୍ୱର ବାବାଙ୍କ ଚୈତ୍ର ଦଣ୍ଡ ଉଠି ଗ୍ରାମ ପରିକ୍ରମା କରିବ।

ସମ୍ବନ୍ଧିତ ଖବର