ଦେଶର ସୁରକ୍ଷା ପାଇଁ ବାୟୁସେନାଙ୍କ କାର୍ଯ୍ୟାନୁଷ୍ଠାନକୁ ସମ୍ମାନ ଜଣାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁଲଵାମା ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବାକୁ ଯାଇ ପାକ୍ ଅଧିକୃତ କଶ୍ମୀରରେ ଭାରତୀୟ ବାୟୁସେନାଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦେଶର ସୁରକ୍ଷା ପାଇଁ ଭାରତୀୟ ବାୟୁସେନାଙ୍କ କାର୍ଯ୍ୟାନୁଷ୍ଠାନକୁ ମୁଁ ସମ୍ମାନ ଜଣାଉଛି’। ପ୍ରକାଶଥାଉକି, ଗତ ୧୪ ତାରିଖରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ମହମ୍ମଦ ଦ୍ବାରା ପୁଲଵାମାରେ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏ ନେଇ ସାରା ଦେଶରେ ପାକିସ୍ତାନ ବିରୋଧରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର