ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ, କେନ୍ଦ୍ର ଅନୁଦାନ ବନ୍ଦ କଲେ ବି ଜାରି ରହିବ ବିକାଶ ଧାରା: ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ନବରଙ୍ଗପୁରର ଉମରେକୋଟରେ ଅନୁଷ୍ଠିତ ବିକାଶ ସମାବେଶରେ ଯୋଗଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଭାଷଣରେ ନବୀନ କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି  ନବୀନ । ସେ କହିଛନ୍ତି, କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ କିନ୍ତୁ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ । କାଳିଆ ଯୋଜନା ସାରା ଦେଶରେ ଆଦୃତ ହୋଇଛି। ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ବୃତ୍ତି ଯୋଜନା ଆରମ୍ଭ ହୋଇଛି । ଏସସି/ଏସଟିଙ୍କ ପାଇଁ  ରାଜ୍ୟ ସରକାର କାମ କରୁଛନ୍ତି ।

ସୂଚନାଯୋଗ୍ୟ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ମଧ୍ୟ ନବୀନ ଯୋଗଦେବେ । ବିଜୁ ଯୁବ ବାହିନୀ ପକ୍ଷରୁ ଆଂଚଳିକ ସମାବେଶ ରଖାଯାଇଥିବା ବେଳେ ଏଥିରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟରେ ୧୧ଶହ ୩୬ ଦଶମିକ ୪୧ କୋଟି ଟଙ୍କା ମୁଲ୍ୟର ୩୧ଟି ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବେ ନବୀନ ।

ସମ୍ବନ୍ଧିତ ଖବର