ତୁଷୁରା ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପ୍ରସଙ୍ଗ: ସାଂସଦଙ୍କୁ ନାଗରିକ କମିଟିର ଦାବିପତ୍ର

ତୁଷୁରା : ତୁଷୁରା ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଦେବା ପାଇଁ ଅଂଚଳରେ ଆନ୍ଦୋଳନ ଜୋରଦାର ହେବାରେ ଲାଗିଲାଣି। ଏହି ପରିପ୍ରେକ୍ଷୀରେ ଶନିବାର ତୁଷୁରା ନାଗରିକ କମିଟି ପକ୍ଷରୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଏକ ଦାବିପତ୍ର ଦିଆଯାଇଛି। ତୁଷୁରା ଡାକ୍ତରଖାନାକୁ କେତେବେଳେ ଡାକ୍ତର ଦିଆଯାଉଛି ତ କେତେବେଳେ କାଢ଼ି ନିଆଯାଉଛି। ତେଣୁ ଲୋକେ ସ୍ବାସ୍ଥ୍ୟସେବା ନପାଇ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ତେଣୁ ତୁରନ୍ତ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।

ଅପରପକ୍ଷରେ ଟିଟିଲାଗଡ଼ ନିବାର୍ଚନମଣ୍ତଳୀ ବିଜେପି ପକ୍ଷରୁ ମଧ୍ୟ ସାଂସଦଙ୍କୁ ଦାବିପତ୍ର ଦିଆଯାଇଥିଲା। ସାଂସଦ ଶ୍ରୀମତୀ ସିଂହଦେଓ ଏ ନେଇ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିବେ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ବେଳେ ବିଜେପିର ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ମହେନ୍ଦ୍ର ଠାକୁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ତବ ସାହୁ, ଗୁଡ଼ଭେଲା ସାଂସଦ ପ୍ରତିନିଧି ଦୀନବନ୍ଧୁ ବେହେରା, ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ପ୍ରଧାନୀ, ଭ୍ରମର ସେଠ, ଚୁଲେଶ୍ବର ବାଗ ଓ ନାଗରିକ କମିଟିର ସଦସ୍ୟମାନେ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର