ବର୍ଷା ପୂର୍ବରୁ ସହରାଞ୍ଚଳ ଡ୍ରେନଗୁଡ଼ିକୁ ସଫା କରାଯିବ: ପ୍ରତାପ ଜେନା

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ଭୁବନେଶ୍ବର : ମୌସୁମି ଆସିବା ପୂର୍ବରୁ ସବୁ ପୌରାଞ୍ଚଳ ଓ ମହାନଗର ଅଞ୍ଚଳରେ ଥିବା ଛୋଟ ନାଳ ଓ ଡ୍ରେନଗୁଡ଼ିକର ସଫେଇ କାର୍ଯ୍ୟ ସମ୍ପନ୍ନ ହେବ। ଆଜି ସଚିବାଳୟରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସମୀକ୍ଷା କରିବା ଅବସରରେ ମହାନଗର ଓ ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଏହି ନର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହାସହିତ ‘ଫନି’ ବାତ୍ୟାରେ ବଡ଼ବଡ଼ ଗଛ ଉପୁଡ଼ି ଭାଙ୍ଗିଯାଇଥିବା ଡ୍ରେନ୍ ଗୁଡ଼ିକର ଯଥାଶୀଘ୍ର ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଶୁକ୍ରବାର ୫ଟି ମହାନଗର ନିଗମ କମିଶନର ଓ ସମସ୍ତ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଡାକି ସମୀକ୍ଷା କରିଥିଲେ। ସହରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆହୁରି କିପରୁ ସୁଦୁର ପ୍ରସାରୀ ଯୋଜନା ପ୍ରସ୍ତୁତ କରାଯାଇପାରିବ ତା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ବାରୋପ କରିଥିଲେ। ଏହାସହିତ ସମସ୍ତ ନାଗରିକ ସେବାଗୁଡ଼ିକରେ ନିଷ୍ଠା ଓ ସ୍ବଚ୍ଛତା ବଜାୟ ରହିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ତାଗିଦ କରିଥିଲେ।

ସମ୍ବନ୍ଧିତ ଖବର