ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ

ଭୁବନେଶ୍ବର : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ଉତ୍ସବ ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ କ˚ଗ୍ରେସ ଭବନରେ ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଆସାମର ସା˚ସଦ ଗୌରବ ଗୋଗୋଇଙ୍କ ସମେତ ବହୁ କ˚ଗ୍ରେସ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ କ˚ଗ୍ରେସ ନେତୃବର୍ଗ ମାଲ୍ୟାର୍ପଣ କରିଥିଲେ। ସେଠାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି କମିଟି ସଭାପତି ସୁରେଶ କୁମାର ରାଉତରାୟ ଓ ସାଧାରଣ ସ˚ପାଦକ ଅମୀୟ କୁମାର ପଟ୍ଟନାୟକଙ୍କ ସ˚ଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବଧର୍ମ ପ୍ରାର୍ଥନା, ରାମଧୁନ୍‌ ଗାନ ଓ ସା˚ସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଇନ୍ଦିରାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ଗୋଗୋଇ ସମସ୍ତଙ୍କୁ ଆହ୍ବାନ କରିଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦ, ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ˚ହତି ଶପଥପାଠ କରାଇଥିଲେ। ଉପସଭାପତି ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ˚ଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ବାଳ, ଚିରଞ୍ଜୀବ ବିଶ୍ବାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁମିତ୍ରା ଜେନା, ଯୁଧିଷ୍ଠିର ଜେନା, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ସନ୍ଧ୍ୟା ମହାପାତ୍ର, ପଦ୍ମାକର ଗୁରୁ, ରାମକୃଷ୍ଣ ପରିଡ଼ା, ଚିନ୍ମୟ ସୁନ୍ଦର ଦାସ, ସନତ ଦାସ, ଜ୍ୟୋତିଷ ସାହୁ, ମାନସ ଆଚାର୍ଯ୍ୟ, ନରୋତ୍ତମ ନାୟକ, ଜାନକୀ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ପ୍ରକାଶ ମିଶ୍ର, ବାଙ୍କନିଧି ବେହେରା, ହଳଧର ସେଠୀ, ସ˚ଜୟ ତ୍ରିପାଠୀ, ତରୁଣ ମିଶ୍ର, ବିକ୍ରମ ସାହୁ, ଆଲୋକ ମହାନ୍ତିି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର