ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାଵ : କେବିକେ ଜିଲ୍ଲାରୁ ୧୦୦ ଡାକ୍ତରଙ୍କୁ ଗଞ୍ଜାମ ସ୍ଥାନାନ୍ତର ନିଷ୍ପତିକୁ କଂଗ୍ରେସର ବିରୋଧ

ଭବାନୀପାଟଣା ଠାରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

୬ ଟି ଜିଲ୍ଲାରେ ୧୬୯୬ଟି ଡାକ୍ତର ପଦବୀରୁ ୮୨୮ ପଦବୀ ଖାଲି ରହିଛି
ଅଗଷ୍ଟ ୩୧ ସୁଦ୍ଧା ଡାକ୍ତର ପ୍ରତ୍ୟାହାର ନ କଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭବାନୀପାଟଣା : ଗଂଜାମ କରୋନା ମୁକାବିଲା ପାଇଁ କେବିକେ ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ଲ୍ୟାବ ଟେକନିସିଆନଙ୍କ ସ୍ଥାନାନ୍ତରକୁ କଂଗ୍ରେସ ବିରୋଧ କରିଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୧୦୦ ଡାକ୍ତର ନ ନେଇ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାଵ ଦେଖାଇ ୬ ଗୋଟି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଜିଲ୍ଲାରୁ ଡାକ୍ତର ନେଇଛନ୍ତି । ଯଦି ରାଜ୍ୟ ସରକାର ନେଇଥିବା ଡ଼ାକ୍ତରକୁ ପ୍ରତ୍ୟାହାର ନ କରନ୍ତି ତେବେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି କଂଗ୍ରେସ ପକ୍ଷରୁ ଚେତାବନୀ ଦେଇଛନ୍ତି।

ଆଜି ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ରାଜ୍ୟ ସରକାର କେବଳ ଗଞ୍ଜାମ ପାଇଁ କେବିକେ ଜିଲ୍ଲାରୁ ଏକାକାଳୀନ ୧୦୦ ଡାକ୍ତର ବଦଳିକୁ ତୀବ୍ର ନିନ୍ଦା କରିଥିଲେ । ୬ ଗୋଟି ଜିଲ୍ଲାରେ ସରକାରଙ୍କ ଆବଶ୍ୟକ ଡାକ୍ତର ପଦବୀ ୧୬୯୪ ରହିଥିବା ବେଳେ ସେଥିମଧ୍ୟରୁ ୮୨୮ ପଦବୀ ଖାଲି ପଡିଛି । ବର୍ତମାନ ମାତ୍ର ୮୬୬ ଡାକ୍ତର ଦ୍ୱାରା ଏହି ୬ ଜିଲ୍ଲାର ୧ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବା ଜାରୀ ରହିଛି । ସେଥିମଧ୍ୟରୁ ଏକକାଳୀନ ୧୦୦ ଡାକ୍ତରକୁ ଗଞ୍ଜାମ ନେଇଯିବା କେତେ ଦୂର ଯୁକ୍ତିଯୁକ୍ତ ସରକାର ଜବାବ ଦିଅନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଶ୍ନ ଉଠାଇଛି । ଆସନ୍ତା ୩୧ ତାରିଖ ମଧ୍ୟରେ ରାଜ୍ୟ ସରକାର କେବିକେ ଜିଲ୍ଲାର ୧୦୦ ଡାକ୍ତରକୁ ପ୍ରତ୍ୟାହାର ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ସେହିପରି କେବିକେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଲେ ଏହାର ଦାୟୀ ସରକାର ରହିବେ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର