କରୋନା ମୁକାବିଲା : ବାଲିକୁଦା-ଏରସମାରେ ସଚେତନ କରୁଛି ୟୁଥ ଫାଉଣ୍ଡେସନ

ଜଗତସିଂହପୁର ଟାଉନ : କଥାରେ କୁହାଯାଏ ବିପଦର ବନ୍ଧୁ ହିଁ ପ୍ରକୁତ ବନ୍ଧୁ` ଏହାକୁ ସତ୍ୟତାରେ ପରିଣତ କରୁଛନ୍ତି ବାଲିକୁଦା ଏରସମା ୟୁଥ ଫାଉଣ୍ଡେସନ। ମହାମାରୀ କରୋଣାର ବିପତି ସମୟରେ ବି ଲୋକ ଙ୍କ ପାଖରେ ପହଁଚୁଛି ୟୁଥ ଫାଉଣ୍ଡେସନ ! କିଛି ଯୁବକ ଏକାଠି ହୋଇ ବିପତ୍ତି ସମୟରେ ଲୋକଙ୍କୁ ସଚେତନ କରିବା ସହ ଲଗାତାର ଭାବେ ସହାୟତାର ହାତ ବଢ଼ାଉଛନ୍ତି। ଯୁବକମାନେ ଏକାଠି ହୋଇ ନିଜ ହାତରୁ ଟଙ୍କା ଦେଇ ବାଲିକୁଦାର କୁସୁପୁର ଓ କୃଷ୍ଣ ଚନ୍ଦ୍ର ପୁର ପଞ୍ଚାୟତରେ ମାସ୍କ ଓ ଡେଟଲ ସାବୁନ ବଣ୍ଟନ କରିଛନ୍ତି।

ଖାଲଗାଁ ପଞ୍ଚାୟତରେ ୟୁଥ ଫାଉଣ୍ଡେସନ ତରଫରୁ କିଛି ପରିବାରକୁ ମାସ୍କ, ଡେଟଲ ସାବୁନୁ ସହ ଖାଇବା ସାମଗ୍ରୀ ପ୍ରଦାନ କରାଯାଇଛି ଏବଂ ତା ସହିତ କରୋଣାର ମହାବିପତି ସମୟରେ ନିଜ ପରିବାରକୁ ପଛରେ ପକାଇ ଦିନ ରାତି ନିଜ କର୍ତବ୍ୟ ଜାରି ରଖି ଥିବା ପୁଲିସ ବନ୍ଧୁମାନଙ୍କ ପରିଶ୍ରମକୁ ଅନୁଭବ କରି ୟୁଥ ଫାଉଣ୍ଡେସନର ସଦ୍ୟସମାନେ ଅନନ୍ତପୁର ପୁଲିସ ଫାଣ୍ଡିରେ ମାସ୍କ, ଡେଟଲ ସାବୁନୁ ଓ ଖାଇବା ସମସ୍ତ ପୋଲିସ ସଦ୍ୟସ କୁ ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ ୟୁଥ ଫାଉଣ୍ଡେସନ ବାଲିକୁଦା ଏରସମା ଅଂଚଳରେ ଯୁବକ ଯୁବତୀ ଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବନ୍ଧିତ ଖବର