କେନ୍ଦୁଝରରେ କରୋନା ବେକାବୁ, ପୁଣି ୨୦୫ ଚିହ୍ନଟ

୧୦ ଦିନରେ ୧୦୨୩ ଆକ୍ରାନ୍ତ ଚିହ୍ନଟ

କେନ୍ଦୁଝର : ‌ମହାମାରୀ କରୋନା ସାରା ଦେଶରେ ତାର କରାଳ ରୂପ ମେଲାଉଥିବା ବେଳେ କେନ୍ଦୁଝର ମଧ୍ୟ ଏଥିରୁ ବାଦ ପଡି ନାହିଁ । କିଛିଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ଥିଲା । ତାପରେ ଦୁଇ ଓ ତିନି ଅଙ୍କକୁ ଛୁଇଁଲା । ଗୁରୁବାର ଦିନ କେନ୍ଦୁଝରରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଶତକ ପାର କରିଦେଇଛି । ଗୁରୁବାର ଦିନ୨୦୫ ଜଣ ଚିହ୍ନଟ ହୋଇଛନ୍ତି । ଆଉ ସେଥିମଧ୍ୟରୁ କେନ୍ଦୁଝର ପୌରପାଳିକାରେ ୫୩ ଜଣ ଅଛନ୍ତି । ଯାହାକି କେନ୍ଦୁଝର ସହରବାସୀଙ୍କ ଚିନ୍ତା ବହୁତ ବଢାଇ ଦେଇଛି । ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସେହିପରି କେନ୍ଦୁଝର ପୌରପାଳିକାରେ ଗତକାଲି ମଧ୍ୟ ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଗୁରୁବାରର ୨୦୫ ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଳାରେ ୯ ହଜାର ୨୮୭ ଜଣ ଚିହ୍ନଟ ହେଲେଣି । ସେଥି ମଧ୍ୟରୁ ୮ ହଜାର ୫୦୯ ଜଣ ସୁସ୍ଥ ହୋଇଥିବା ବେଳେ ୭୩୯ଟି ଆକ୍ଟିଭ କେସ ରହିଛି । ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୪୭୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଗୁରୁବାରର ଚିହ୍ନଟ ହୋଇଥିବା ୨୦୫ ଜଣଙ୍କ ମଧ୍ୟରୁ କେନ୍ଦୁଝର ପୌରପାଳିକାରୁ ୫୩ ଜଣ, ସଦର ବ୍ଳକରୁ ୩୯ ଜଣ, ଘଟଗାଁ ବ୍ଲକରୁ ୧୩ ଜଣ, ହରିଚନ୍ଦନପୁର ବ୍ଲକରୁ ୬ ଜଣ, ହାଟଡିହି ବ୍ଲକରୁ ୨ ଜଣ, ଯୋଡା ବ୍ଲକରୁ ୭ ଜଣ, ଯୋଡା ପୌରପାଳିକାରୁ ୨୪ ଜଣ, ଝୁମ୍ପୁରା ବ୍ଲକରୁ ୮ଜଣ, ପାଟଣା ବ୍ଲକରୁ ୯ ଜଣ, ସାହାରପଡା ବ୍ଲକରୁ ୬ ଜଣ, ତେଲକୋଇ ବ୍ଲକରୁ ୩ ଜଣ, ଆନନ୍ଦପୁର ବ୍ଲକରୁ ୩ ଜଣ, ଆନନ୍ଦପୁର ପୌରପାଳିକାରୁ ୫ ଜଣ, ବାଂଶପାଳ ବ୍ଲକରୁ ୩ ଜଣ, ବଡବିଲ ପୌରପାଳିକାରୁ ୫ ଜଣ, ଚମ୍ପୁଆ ବ୍ଲକରୁ ୧୨ ଜଣ, ଘସିପୁରା ବ୍ଲକରୁ ୪ ଜଣ, କିମ୍ସ ହସ୍ପିଟାଲରୁ ଜଣେ ଏବଂ କଟକ ଏସସିବି ମେଡିକାଲରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର