କରୋନା ଯୋଦ୍ଧାଙ୍କୁ ଗୋଲାପ: ବୁଲିବୁଲି ସମ୍ବର୍ଧନା ଜଣାଇଲା ସ୍ୱାତୀ ଅନୁଷ୍ଠାନ

ଫୁଲବାଣୀ: କରୋନା ଯୁଦ୍ଧରେ ଡାକ୍ତର,ସ୍ବାସ୍ଥ୍ୟ କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କଠାରୁ ପୁଲିସ ଏବଂ ସାମ୍ବାଦିକ ସମ‌ସ୍ତେ ସାମିଲ। କନ୍ଧମାଳ ଜିଲ୍ଲାରେ କରୋନା ସଚେତନତା ସୃଷ୍ଟି କରି ଆସୁଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀ ପକ୍ଷରୁ ଆଜିଠାରୁ କରୋନା ଯୋଦ୍ଧାଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଧିତ କରାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ଆଜି ଫୁଲବାଣୀ, ଖଜୁରୀପଡା, ଟିକାବାଲି, ଫିରିଙ୍ଗିଆ, ଜି.ଉଦୟଗିରି ଅଞ୍ଚଳ ବୁଲି କରୋନା ଯୋଦ୍ଧାଙ୍କୁ ‌ସମ୍ବର୍ଧିତ କରିଛନ୍ତି। ଜିଲ୍ଲାର ଅନ୍ୟ ସବୁ ଅଞ୍ଚଳରେ ମଧ୍ୟ କରୋନା ସଚେତନତା କାର୍ଯ୍ୟ ହେବା ସହ ଯୋଦ୍ଧାଙ୍କୁ ସମ୍ବର୍ଧିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଇଂ ହରିଶଙ୍କର ରାଉତ କହିଛନ୍ତି।

କରୋନା ସଚେତନତାରେ ଏବିଭିପି: ମାସ୍କ ସହ ବିଦ୍ୟାର୍ଥୀଙ୍କୁ ଖାତା ଓ ପେନ୍ ବଣ୍ଟନ

କରୋନା ସଚେତନତାରେ ବାହାରିଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଫୁଲବାଣୀ ଶାଖା। ଆଜି ସଂଗଠନ ପକ୍ଷରୁ ଫୁଲବାଣୀ ସହର ଓ ଗୁଦାରି ପଞ୍ଚାୟତର ବିଭିନ୍ନ ଗାଁଗାଁ ବୁଲି‌ ଲୋକଙ୍କୁ ସଚେତନ କରିବା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି। ଏଥି ସହ ବିଦ୍ୟାର୍ଥୀମାନଙ୍କୁ ଖାତା ଓ ପେନ ପ୍ରଦାନ କରାଯାଇଛି। ଜିଲ୍ଲା ସହ ସଂଯୋଜକ ବଦ୍ରିନାଥ କହଁର ଓ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ବରେ ନଗର ସମ୍ପାଦକ ଦିବ୍ୟରଂଜନ ଡାକୁଆ,ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ ଓ ସୌମ୍ୟରଂଜନ ଡାକୁଆ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର