ରାଜ୍ୟରେ ହୁ’ ହୁ’ ହୋଇ ବଢ଼ୁଛି କରୋନା : ଦିନକରେ ୧୬୪ ପଜିଟିଭ, ୧୫୩ ସୁସ୍ଥ

ଏନ୍‌ଡିଆରଏଫ୍‌-ଓଡ୍ରାଫ୍‌ ଓ ଅଗ୍ନିଶମରେ ସର୍ବାଧିକ ସକ୍ରିୟ ରୋଗୀ

ଭୁବନେଶ୍ବର : ରାଜ୍ୟରେ ହୁ’ ହୁ’ ହୋଇ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଛି। ଅପରପକ୍ଷରେ ଆଜି ୧୫୩ ଜଣ ରୋଗୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

୧୫ଟି ଜିଲ୍ଲାରେ ଅଧିକାଂଶ ରୋଗୀ ଚିହ୍ନଟ ହୋଇଛନ୍ତି। ଦିନକରେ ଚିହ୍ନଟ ରୋଗୀଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ରହିଛନ୍ତି। ଏଠାରୁ ୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ ଗଜପତି ୨୮, ବାଲେଶ୍ବର ୨୧, କଟକ ୨୦, ଏନ୍‌ଡିଆରଏଫ୍‌-ଓଡ୍ରାଫ୍‌/ଅଗ୍ନି‌ଶମର ୧୧, ଖୋର୍ଧା ଓ ଯାଜପୁରରୁ ୮ଜଣ ଲେଖାଏଁ, ପୁରୀ ୭, ସୁନ୍ଦରଗଡ଼ ୬, ମୟୂରଭଞ୍ଜ ଓ ନବରଙ୍ଗପୁର ୩ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ବଲାଙ୍ଗୀରରୁ ୨ଜଣ ଲେଖ‌ାଏଁ, କୋରାପୁଟ, ଅନୁଗୁଳ, ମାଲକାନାଗିରି, ନୟାଗଡ଼, ଜଗତ୍‌ସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ତାଲିକାରେ ୭୯୬ ଆକ୍ରାନ୍ତଙ୍କ ସହ ଆଗରେ ରହିଛି ଗଞ୍ଜାମ। ଏହା ପଛକୁ ରହିଛନ୍ତି ଖୋର୍ଧା ୪୧୨, କଟକ ୩୬୬, ଯାଜପୁର ୩୫୮, ବାଲେଶ୍ବର ୨୭୭, ପୁରୀ ୨୧୧, କେନ୍ଦ୍ରାପଡ଼ା ୧୯୩, ଗଜପତି ୧୯୧, ଭଦ୍ରକ ୧୮୦, ଜଗତ୍‌ସିଂହପୁର ୧୭୫, ବଲାଙ୍ଗୀର ୧୫୦, କନ୍ଧମାଳ ୧୪୭, ସୁନ୍ଦରଗଡ଼ ୧୪୬, ମୟୂରଭଞ୍ଜ ୧୨୯, ନୟାଗଡ଼ ୧୧୩। ତେବେ ଅମ୍ଫାନ୍‌ ଡ୍ୟୁଟିରେ ପଶ୍ଚିମ ବଙ୍ଗ ଯାଇଥିବା ଏନ୍‌ଡିଆରଏଫ୍‌-ଓଡ୍ରାଫ୍‌ ଓ ଅଗ୍ନିଶମର ୨୦୬ଜଣ ପଜିଟିଭ୍ ‌ଚିହ୍ନଟ ହୋଇ ସାରିଲେଣି।

ଅପରପକ୍ଷରେ ଆଜି ୧୫୩ ଜଣ ସୁସ୍ଥ ହୋଇଛନ୍ତି। କଟକ ୪୩, ଜଗତ୍‌ସିଂହପୁର ୨୧, କନ୍ଧମାଳ ୧୮, ଖୋର୍ଧା ୧୨, ଗଜପତି ୯, କଳାହାଣ୍ଡି ୭, ବାଲେଶ୍ବର, ଦେବଗଡ଼, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ୫ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡ଼ା ଓ ନୟାଗଡ଼ର ୨ଜଣ ଲେଖାଏଁ ଓ ଜଣେ କୋରାପୁଟର ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୨୯୭ରେ ପହଞ୍ଚିଛି। ରାଜ୍ୟରେ ଏବେ ୧୩୬୬ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏନ୍‌ଡିଆରଏଫ୍‌-ଓଡ୍ରାଫ୍‌ ଓ ଅଗ୍ନିଶମର ସର୍ବାଧିକ ୨୦୬ଜଣ କର୍ମଚାରୀ ଚିକିତ୍ସିତ ହେଉଥିବା ବେଳେ ଏହା ପଛକୁ ରହିଛି ଗଞ୍ଜାମ। ଗଞ୍ଜାମରେ ୧୪୯, କଟକ ୧୨୨, ଗଜପତି ୧୧୧ ଓ ପୁରୀରେ ୧୦୩ଜଣ ସକ୍ରିୟ ରୋଗୀ ଅଛନ୍ତି।

ସମ୍ବନ୍ଧିତ ଖବର