ରାଜ୍ୟରେ କରୋନା ମୃତ୍ୟୁ ୧୮ଶହ ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୧୮ଶହ ଟପି ଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ ୪ଜଣ ରୋଗୀଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯିବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି। ଯଦି ଅଣ କରୋନା ମୃତ୍ୟୁରେ ହୋଇଥିବା ୫୩ଜଣଙ୍କ ସଂଖ୍ୟାକୁ ହିସାବକୁ ନିଆଯାଏ ତାହାଲେ ସମୁଦାୟ ମୃତ୍ୟୁ ୧୮୫୫କୁ ବୃଦ୍ଧି ପାଇବ। ୫ଟି ଜିଲ୍ଲାରେ ଶହେରୁ ଅଧିକ ‌ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧାରେ ସର୍ବାଧିକ ୩୦୮ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୩୫ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୩ ଜିଲ୍ଲାରୁ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିବା ବେଳେ ୧୬ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୩ହଜାର ୩୬୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୪୦୫ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୮ହଜାର ୬୮୩କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮୨୬କୁ ଖସି ଆସିଛି।

ସମ୍ବନ୍ଧିତ ଖବର