ରାଜ୍ୟରେ ସାଇବର ଅପରାଧ ମାମଲା ବଢ଼ୁଛି : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ମାମଲା ବଢ଼ୁଛି ବୋଲି ଆଜି ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ  ଏହା କହିଛନ୍ତି।

୨୦୧୯ ଓ ୨୦୨୦ରେ ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲାର ବିବରଣୀ ଦେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ୨୦୧୯ ମସିହାରେ ୧୪୭୫ଟି ମାମଲା ରୁଜୁ ହୋଇଥିଲା। ଅପରପକ୍ଷରେ ୨୦୨୦ ମସିହାରେ ଏହା ୧୯୩୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର