‘ଫନି’ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଏସଆରସିଙ୍କ ସୂଚନା

ମୃତ୍ୟୁସଂଖ୍ୟା ୭ ବୋଲି ଏବେସୁଦ୍ଧା ରିପୋର୍ଟରୁ ଜଣାପଡ଼ିଛି।
ପୁରୀ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ବ୍ୟାପକ କ୍ଷୟକ୍ଷତି।
ମୋବାଇଲ, ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ।
ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ଭାରତ ସରକାର ନିଟ୍ ଓ ଏମ୍ସ ପରୀକ୍ଷା ସ୍ଥଗିତ ରଖିଛନ୍ତି।
ମୋବାଇଲ ଟାଵାର ବହୁ ପରିମାଣରେ ନଷ୍ଟ ହୋଇଛି।
ଗୃହପାଳିତ ପଶୁଙ୍କ ମଢ଼ ଦ୍ବାରା ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପଶୁଚିକିତ୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ୪ଟି ଅତିରିକ୍ତ ଏନଡିଆରଏଫ ଟିମ୍ ସହ ମୋଟ ୪୪ଟି ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି।
ଓଡ୍ରାଫର ସମସ୍ତ ୨୦ଟି ଟିମ୍ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଆବଶ୍ୟକ ସଂଖ୍ୟକ ଅଗ୍ନିଶମ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।
ଭୁବନେଶ୍ବରର ମୁଖ୍ୟ ରାସ୍ତାରେ ପଡ଼ିଥିବା ଗଛ ହଟାଯାଇ ଗମନାଗମନ ପୁନଃ ଅବସ୍ଥାପିତ କରାଯାଇଛି।
ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥଗୁଡ଼ିକରେ ଗମନାଗମନର ପୁନରୁଦ୍ଧାର ହୋଇଛି।
ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଏସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ପ୍ରଭାବିତ ଲୋକଙ୍କ ପାଇଁ ଖାଦ୍ୟ ପୁଡ଼ିଆ ଆକାଶମାର୍ଗରୁ ପକାଇବା ଆବଶ୍ୟକ ପଡ଼ିନାହିଁ।
ନଷ୍ଟ ହୋଇଥିବା ବିଦ୍ୟୁତ୍ ଖୁଣ୍ଟ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ନୂଆ ଖୁଣ୍ଟ ଯୋଗାଇବାକୁ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ)କୁ ଅନୁରୋଧ କରାଯାଇଛି।
ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପହଞ୍ଚାଇବାକୁ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର