କୁଆଖାଇରୁ ଦ୍ବିତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ବୁଧବାର ଦିନ ପ୍ରତାପନଗରୀ କୁଆଖାଇ ନଦୀରେ ସୁଅରେ ଭାସି ଯାଇଥିବା ଆଉଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ନଦୀରେ ଭାସି ଯାଇଥିବା ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଓଡ୍ରାଫ ଟିମ ଉଭୟଙ୍କ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଛି।
ସୂଚନାଯୋଗ୍ୟ, ଗଣେଶ ପୂଜା ଦିନ କୁଆଖାଇ ବ୍ରିଜ ତଳେ ଏକ ଅଘଟଣ ଘଟିଥିଲା। ବୁଧବାର ଦିନ ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ୫ ଜଣ ସ୍କୁଲ ପିଲା  ଗାଧୋଉଥିବାବେଳେ ୩ ଜଣ ନଦୀ ସୁଅରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣ ନିଖୋଜ ରହିଥିଲେ। ଓଡ୍ରାଫ ଟିମ ସେମାନଙ୍କୁ ଖୋଜିବା ବେଳେ ଜଣକର ମୃତଦେହ ଉଦ୍ଧାର କରିଥିଲା, ଅନ୍ୟ ଜଣକ ନିଖୋଜ ରହିଥିଲା।
ଅନ୍ୟପକ୍ଷରେ ଉଦ୍ଧାର ପାଇଥିବା ନାବାଳକ ସୁସ୍ଥ ଥିବା ଜଣାଯାଇଛି । ତେବେ ଦୁଇ ମୃତ ନାବାଳକ ପଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନଙ୍କ ବୟସ ୧୩-୧୪ ବର୍ଷ ହେବ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ସମ୍ବନ୍ଧିତ ଖବର