ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଶ୍ରମିକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବଲାଙ୍ଗୀର : ବଲାଙ୍ଗୀର ସହର ଭିତରେ ନିଶାସକ୍ତ ଯୁବକମ‌ାନେ ସୋମବାର ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ନେପାଳ ମାଝୀ ନାମକ ଜଣେ ଶ୍ରମିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ ସୂଚନା ପାଇ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଆକ୍ରମଣକାରୀମାନେ ଫେରାର ମାରିଛନ୍ତି।

ପ୍ରକାଶ ଯେ ସୋମବାର ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡଠାରେ କେତେଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମହିଳାମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ନିକଟରେ କାମ କରୁଥିବା ନେପାଳ ସେମାନଙ୍କୁ ବାରଣ କରିଥିଲେ। ଫଳରେ ଯୁବକମାନେ ରାଗି ଯାଇ ତାଙ୍କୁ ଜେକରଡ ଏବଂ କାଠ ଟେବୁଲରେ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର