ଟ୍ବିଟର୍ ସିଇଓଙ୍କ ଅପମାନଜନକ ମନ୍ତବ୍ୟକୁ ବିରୋଧ

ପୁରୀ : ଟ୍ବିଟର୍‌ ସିଇଓ ଜ୍ୟାକ୍ ଡୋର୍ସି ଭାରତର ବ୍ରାହ୍ମଣମାନଙ୍କ ପ୍ରତି ଯେଉଁ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି ତାକୁ ମୁକ୍ତିମଣ୍ଡପ ବ୍ରାହ୍ମଣମାନେ ଦୃଢ଼ ନିନ୍ଦା କରିଛନ୍ତି। ଜଣେ ଦାୟିତ୍ବସଂପନ୍ନ ବ୍ୟକ୍ତି ଏଭଳି ମନ୍ତବ୍ୟ ଦେବା ସ୍ପୃହଣୀୟ ନୁହେଁ ବୋଲି ମୁକ୍ତିମଣ୍ଡପ ପଣ୍ଡିତମାନେ କହିଛନ୍ତି। ଏହା ବିରୋଧରେ ଜ୍ୟାକ୍ ଡୋର୍ସିଙ୍କ ନାଁରେ ଥାନାରେ ଏତଲା ଦିଆଯିବ ବୋଲି ମୁକ୍ତିମଣ୍ଡପ ସଦସ୍ୟ ଦୁର୍ଗାପ୍ରସାଦ ମହାପାତ୍ର ଓ ସୂର୍ଯ୍ୟନାରାୟଣ ରଥ ପ୍ରକାଶ କରିଛନ୍ତି।

ସୂଚନାଥାଉକି, ଜ୍ୟାକ୍ ଡୋର୍ସି ଭାରତ ଭ୍ରମଣରେ ଆସିବା ସମୟରେ କିଛି ସାମ୍ବାଦିକ, ସାହିତ୍ୟିକ ଓ ସାମାଜିକ କର୍ମୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ସମୟରେ ଶ୍ରୀ ଡୋର୍ସି ଏକ ପୋଷ୍ଟର ପ୍ରଦର୍ଶିତ କରିଥିଲେ, ଯେଉଁଥିରେ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଉଲ୍ଲେଖ ରହିଥିଲା।

ସମ୍ବନ୍ଧିତ ଖବର