ଗଡ଼ଖୋର୍ଦ୍ଧା ନିକଟରେ ଅଣ୍ଡରପାସ୍ ନିର୍ମାଣ ନହେଲେ ଆନ୍ଦୋଳନ

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର ଓ ଗଡ଼ଖୋର୍ଦ୍ଧା ଠାରେ ଏକ ଅଣ୍ଡରପାସ୍ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର କାର୍ଯ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ଅଣ୍ଡରପାସ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଟାଳଟୁଳ ନୀତି ଧରୁଛି । ଯଦି ଏନେଇ ତୁରନ୍ତ ନିଷ୍ପତ୍ତି ନନିଅନ୍ତି ତେବେ ଆନେ୍ଦାଳନ କରାଯିବ ବୋଲି ଖୋର୍ଦ୍ଧାର ବିଭିନ୍ନ ସାମାଜିକ ସଂଗଠନ ଓ ନାଗରିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ନ୍ୟୁଥିଂକିଂ ଫୋରମ୍ ଓ ବିକାଶ ମଂଚ ପକ୍ଷରୁ ଏହାର ସଭାପତି ନରେନ୍ଦ୍ର ପୃଷ୍ଟି, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ସଂଜୟ ପଟ୍ଟନାୟକ, ରମେଶ ବଡ଼ଜେନ, ଗୋପାଳ ଦାସ, ଲିଲି ଛୋଟରାୟ, ରୀତାରାଣୀ ବେହେରା, ବୈଜୟନ୍ତୀ ସୁନ୍ଦରାୟ, ଶର୍ମିଷ୍ଠା ପଟ୍ଟନାୟକ, ତସଲିମା ବେଗମ, ବିନୋଦିନୀ ପଟ୍ଟନାୟକ, ସରସ୍ୱତୀ ଭଂଜ ପ୍ରମୁଖ ଭୁବନେଶ୍ୱର ଜାତୀୟ ରାଜପଥ ଆଂଚଳିକ ଅଧିକାରୀଙ୍କୁ ସାକ୍ଷାତ କରି ପୁଣି ଏକ ଦାବିପତ୍ର ଦେଇଛନ୍ତି । ଗଡ଼ଖୋର୍ଦ୍ଧା ଅଣ୍ଡରପାସ ପାଇଁ ତୁରନ୍ତ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର