ରାଜଧାନୀର ୨୫ ଅଞ୍ଚଳ ଡେଙ୍ଗୁ କବ୍‌ଜାରେ

ଭୁବନେଶ୍ୱର : ରାଜଧାନୀର ୨୫ ଅଞ୍ଚଳ ଏବେ ଡେଙ୍ଗୁ କବ୍‌ଜାରେ। ଏ ପର୍ଯ୍ୟନ୍ତ କେବଳ ରାଜଧାନୀରେ ୭୯୬ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଅଣ ବିଏମ୍‌ସିରେ ମାତ୍ର ୫୮ଜଣ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୮୫୪ଜଣଙ୍କୁ ଚିହ୍ନଟ କରାଯାଇଛି।

ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ଜାରି ରହିଛି। ଚଳିତମାସ ୧୧ତାରିଖ ସୁଦ୍ଧା ନୂଆପଲ୍ଲୀ ଓ ଆଇଆରସି ଭିଲେଜ ଅଞ୍ଚଳରୁ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଅଞ୍ଚଳରେ ଏ ପର୍ଯ୍ୟନ୍ତ ୩୭୫ ରୋଗୀ ନଜରକୁ ଆସିଥିବା ବେଳେ ବିଡିଏ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୩୨୬ ଚିହ୍ନଟ ହୋଇଛନ୍ତି। ସେହିପରି ଜୟଦେବ ବିହାରରୁ ୨୬, ମଞ୍ଚେଶ୍ୱର ୧୭, ନୀଳାଦ୍ରି ବିହାରରୁ ୧୫, ଲକ୍ଷ୍ମୀସାଗର ୫, ବ୍ରିଟ କଲୋନି ଓ ଲିଙ୍ଗିପୁର ୪, ବିଜେବି ନଗର ଓ ସତ୍ୟନଗରରୁ ୩ ଓ ଅନ୍ୟାନ୍ୟ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ଅଞ୍ଚଳକୁ ବାଦ୍‌ ଦେଲେ ଖୋର୍ଧାରେ ୩୨, ବେଗୁନିଆ ୮, ଜଟଣୀ ୫, ବାଲିପାଟଣା ୩ ଓ କଳାରାହାଙ୍ଗରେ ୨ଜଣ ସମେତ ଅନ୍ୟ ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଚଳିତବର୍ଷ ୧୫ହଜାର ୮୫ଜଣ ଲୋକଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ୩ହଜାର ୩୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାକୁ ବାଦ୍‌ ଦେଲେ କଟକରେ ୫୫୫, ଜଗତସିଂହପୁରରେ ୩୮୧, ରାୟଗଡ଼ାରେ ୧୭୦, କଳାହାଣ୍ଡିରେ ୧୫୪, ଯାଜପୁରରେ ୧୧୯, ପୁରୀରେ ୧୦୭, ନୟାଗଡ଼ରେ ୧୦୫, ଭଦ୍ରକରେ ୯୬, ବାଲେଶ୍ୱରରେ ୮୭, ଗଜପତିରେ ୮୨, କେନ୍ଦ୍ରାପଡ଼ାରେ ୭୯, ଗଞ୍ଜାମରେ ୫୧, ଢେଙ୍କାନାଳରେ ୪୪, ଅନୁଗୁଳ ୧୮, କେଉଁଝର ୧୭ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ବାହାରର ୪୪ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି। ସରକାରୀ ଭାବେ ଚଳିତବର୍ଷ ରାଜ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ହେଁ ବେସରକାରୀଭାବେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ଗତବର୍ଷ ଏହି ସମୟ ସୁଦ୍ଧା ୯୪୪୮ ଲୋକଙ୍କ ରକ୍ତ ପରୀକ୍ଷା ହୋଇଥିବା ବେଳେ ତହିଁରେ ୯୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪ଜଣ ଏଥିରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର