ୟୁଏଇରେ କାମ କରୁଥିବା ଭାରତୀୟଙ୍କ ଦକ୍ଷତା ବିକାଶ ନେଇ ଆଲୋଚନା

ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି। ଆଜି ୟୁଏଇ ମାନବ ସମ୍ବଳ ବିଭାଗ ମନ୍ତ୍ରୀ ନାସେର ବିନ ଥାନି ଜୁମା‌ ହମଲିଙ୍କ ସହ ୟୁଏଇରେ କାମ କରୁଥିବା ଭାରତୀୟଙ୍କ ଦକ୍ଷତା ବିକାଶ ନେଇ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ସାର୍ଟିଫିକେସନ୍ ଓ ଷ୍ଟାଣ୍ଡାର୍ଡର ସିନ୍‌କ୍ରୋନାଇଜେସନ୍‌ର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଏହା ଦ୍ବାରା ଭାରତରେ ଦକ୍ଷତା ତାଲିମ ନେଇଥିବା ଲୋକମାନେ ୟୁଏଇରେ ସହଜରେ ରୋଜଗାର ପାଇପାରିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ୟୁଏଇରେ ୩୩ ଲକ୍ଷ ଭାରତୀୟ କାମ କରୁଛନ୍ତି। ପ୍ରତି ବର୍ଷ ୧.୫ ଲକ୍ଷ ଅତିରିକ୍ତ ଲୋକ କାମ କରିବାକୁ ସେଠାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର