ସେଲ୍‌ଟର ହୋମ୍‌ରେ ନିର୍ଯାତାନା ଘଟଣା: କେସ୍ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ଢେଙ୍କାନାଳ ବେଲଟିକିରି ଘଟଣାର ଅଭିଯୁକ୍ତ ସୀମାଞ୍ଚଳ ନାଏକଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେସ୍ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ ନିୟୁଜ ଇଣ୍ତିଆ ଡ୍ରିମସ୍ ସେଣ୍ଟର ପକ୍ଷରୁ ପରିଚାଳିତ ସେଲଟର ହୋମ ବା ଶିଶୁ ଗୃହରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ଆବେଦନକାରୀଙ୍କୁ ୨୦୧୮, ଡିସେମ୍ବର ୧ରେ ଗିରଫ କରିଥିଲା। ସେ ସେଲଟର ହୋମ୍‌ର ପରିଚାଳନା ଦାୟତ୍ବରେ ଥିଲେ। ଢେଙ୍କାନାଳ ସ୍ବତନ୍ତ୍ର ‌କୋର୍ଟରେ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର