ଧର୍ମପୁରରେ ଝାଡ଼ାବାନ୍ତି, ଜଣେ ମୃତ, ୫ ଆକ୍ରାନ୍ତ

ପାଟପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଛଣମେରି ପଞ୍ଚାୟତ ଧର୍ମପୁର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏଥିରେ ଜଣେ ପ୍ରାଣ ହରାଇଛନ୍ତି। ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକଜଣକ ହେଲେ, ପରୀ ଗୌଡ଼ (୬୦)।  ଆକ୍ରାନ୍ତଙ୍କ ମଧ୍ୟରେ ଚକରା ଗୌଡ଼ (୬୫), କାଞ୍ଚନ ଗୌଡ଼ (୫୫), ଗଦା ପ୍ରଧାନ (୬୦), ବିଜୟ ଡାକୁଆ (୪୫) ଓ କାଳିଆ ନାୟକ (୪୦) ରହିଛନ୍ତି। ସେମା‌ନେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗ୍ରାମରେ ଏକ ସପ୍ତାହ ଧରି ଝାଡ଼ାବାନ୍ତି ଲାଗି ରହିଥିବା ଗ୍ରାମବାସୀ ଅଭି‌ଯୋଗ କରିଛନ୍ତି। ଦୂଷିତ ପାଣି ପିଇବାରୁ ଝାଡ଼ାବାନ୍ତି ବ୍ୟାପିବା ଅନୁମାନ କରାଯାଉଛି। ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର