ସଂରକ୍ଷଣ ବର୍ଗରେ ଭିନ୍ନ ନିୟମକୁ ନେଇ ଅସନ୍ତୋଷ

କଟକ : ନିଯୁକ୍ତି ଏବଂ ପ୍ରବେଶିକା ପରୀକ୍ଷାରେ ଭିନ୍ନ ଧରଣର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

ତଥ୍ୟ ଅନୁଯାୟୀ ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପ୍ରିଲିମନାରୀ ପରୀକ୍ଷାରେ ସାଧାରଣ ବର୍ଗ, ଅନ୍ୟାନ୍ୟ ପଛୁଆ ବର୍ଗ, ଏସ୍‌ସି ଏଭଳି ୩ଟି ବର୍ଗରେ କଟ୍ ଅଫ୍ ନମ୍ବର ଜାରି କରାଯାଇଛି। କିନ୍ତୁ ଏନ୍‌ଇଇଟି ପିଜି ପ୍ରବେଶିକା ପରୀକ୍ଷାରେ ସାଧାରଣ ବର୍ଗ ଏବଂ ଏସ୍‌ସି-ଏସ୍‌ଟି-ଓବିସି ଭଳି ଦୁଇଟି ବର୍ଗରେ କଟ୍ ଅଫ୍ ନମ୍ବର ଜାରି କରାଯାଇଛି। କେନ୍ଦ୍ରୀୟ ସ୍ତରରେ ପରିଚାଳିତ ଦୁଇଟି ପରୀକ୍ଷା ମଧ୍ୟରୁ ଗୋଟିକରେ ଏସ୍‌ସି ଓ ଓବିସିଙ୍କ ପାଇଁ ଅଲଗା ବର୍ଗ ରହୁଥିବାବେଳେ ଗୋଟିଏ ପରୀକ୍ଷାରେ କିଭଳି ଏସ୍‌ସି-ଏସ୍‌ଟି-ଓବିସିଙ୍କୁ ଗୋଟିଏ ବର୍ଗରେ ରଖି କଟ୍ ଅଫ୍ ନମ୍ବର ଜାରି କରାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏଭଳି ବ୍ୟବସ୍ଥା ଆଶାୟୀ ଛାତ୍ରଛାତ୍ରୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର