୭ ହଜାର ଟପିଲା କଟକରେ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୩୩୮୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୭,୧୧୩ ଥିବା ବେଳେ ଖୋର୍ଦ୍ଧାରେ ୧୩,୯୩୨, କଟକରେ ୭,୦୧୭, ଗଜପତିରେ ୨୭୬୪, ଯାଜପୁରରେ ୩୪୮୧, ବାଲେଶ୍ବରରେ ୩୨୯୪, ଜଗତସିଂହପୁର ଜିଲ୍ଲାରେ୧୬୨୩, ପୁରୀରେ ୩୦୮୬, କେନ୍ଦ୍ରାପଡ଼ାରେ ୧୪୬୧, ଭଦ୍ରକ ଜିଲ୍ଲାରେ ୨୪୧୮, ସୁନ୍ଦରଗଡ଼ରେ ୪୧୮୮, ବଲାଙ୍ଗୀରରେ ୧୬୧୯, କନ୍ଧମାଳରେ୨୦୬୪, ମୟୂରଭଞ୍ଜରେ ୨୬୮୩, କୋରାପୁଟରେ ୩୦୭୪, ନୟାଗଡ଼ରେ ୨୬୩୭, କେନ୍ଦୁଝରରେ ୧୬୫୬, ନୂଆପଡ଼ାରେ ୩୫୯, ଝାରସୁଗୁଡ଼ାରେ ୧୦୩୩, ଢେଙ୍କାନାଳରେ ୧୩୫୬, କଳାହାଣ୍ଡିରେ ୧୧୮୭, ବରଗଡ଼ ଜିଲ୍ଲାରେ ୧୬୪୫, ଅନୁଗୁଳରେ ୭୪୫, ମାଲକାନଗିରିରେ ୨୧୩୭, ସମ୍ବଲପୁରରେ ୨୪୫୨, ରାୟଗଡ଼ାରେ ୩୭୨୦, ବୌଦ୍ଧରେ ୫୪୮, ସୋନପୁର ଜିଲ୍ଲାରେ ୫୬୮, ଦେବଗଡ଼ ଜିଲ୍ଲାରେ ୧୮୩ ଓ ନବରଙ୍ଗପୁର ଜିଲ୍ଲାରେ ୯୫୦ରେ ପହଞ୍ଚିଛି।


ଏଣେ ରାଜ୍ୟରେ ମୋଟ୍ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୭୨ ରହିଛି। ଅନ୍ୟ ପକ୍ଷରେ କରୋନାରେ ଏଯାଏଁ ୪୪୮ଜଣଙ୍କ ପ୍ରାଣହାନି ହୋଇଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଏଯାବତ୍ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର