ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଓ ହୋଲି: ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବାରିକେଡ୍‌ ଭାଙ୍ଗି ପଶିଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପାଳିତ ହୋଇଯାଇଛି। ସୋମବାର ଦୋଳପୂର୍ଣ୍ଣିମାରେ ମହାପ୍ରଭୁ ରାଜାଧିରାଜ ବେଶ ତଥା ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଓ ଭୂଦେବୀ ବିମାନରେ ଶ୍ରୀମନ୍ଦିର ଦୋଳବେଦି ଉପରେ ଥିବା ଦୋଳିରେ ବିଜେ ହୋଇ ଦୋଳି ଖେଳିଥିଲେ। ହଜାର ହଜାର ଭକ୍ତଙ୍କ ଗହଣରେ ରଙ୍ଗ ଖେଳିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀବିଗ୍ରହ ସୁନାବେଶରେ ଦର୍ଶନ ଦେଇଥିଲେ। ସେହିପରି ହୋଲିରେ ବି ଶ୍ରୀମନ୍ଦିରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ସୋମବାର ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ହୋଇଥିଲା। ଲପରିକି ନାଟମଣ୍ଡପରେ ଭିଡ଼ ଭିତରେ ମଧ୍ୟ ଭକ୍ତ ଅଣନିଃଶ୍ବାସୀ ହୋଇ ଫେରିଥିଲେ। ତେବେ ମନ୍ଦିର ବାହାରେ ମଧ୍ୟ ଅସହ୍ୟ ଖରାରେ ଯନ୍ତ୍ରଣା ଭୋଗିଥିବାବେଳେ କିଛି ଭକ୍ତ ବାରିକେଡ୍‌ ଠେଲି ଶ୍ରୀମନ୍ଦିର ଭିତରେ ପଶିଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ଣ ୧୦ଟା ବେଳକୁ ଭକ୍ତଙ୍କ ଧାଡ଼ି ମରିଚିକୋଟ ଛକ ଡେଇଁ ଯାଇଥିଲା। ଦୋଳବେଦି କୋଣ ରାସ୍ତାରେ ବାରିକେଡ୍‌କୁ ଠେଲି ଆଗ ଧାଡ଼ିରେ ଶ୍ରୀମନ୍ଦିର ଭିତରକୁ ପଶିଥିଲେ ଶ୍ରଦ୍ଧାଳୁ। ଫଳରେ ଠେଲାପେଲା ସ୍ଥିତି ଉପୁଜିଥିଲା।

ସମ୍ବନ୍ଧିତ ଖବର