୫୦ ଫୁଟ୍‌ର ମୁରୁଜ ବୋଇତ ଆଙ୍କି ରେକର୍ଡ କଲେ ୪ ଚିତ୍ର ଶିଳ୍ପୀ

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟର ଚାରି ଜଣ ଛାତ୍ର ଜ୍ୟୋତିରଞ୍ଜନ ସାହୁ, ମାନସ କୁମାର ମହାରଥୀ, ନାଇଣ୍ଟିୱାନ୍‌ ସରାଫ ଓ ହୀରାଲାଲ୍‌ ରାଉତ ରାଜଧାନୀର ଇନ୍ଦିରା ପାର୍କ ପରିସରରେ ଅଙ୍କନ କରିଛନ୍ତି ମୁରୁଜ(ରଙ୍ଗୋଲି)ରେ ୫୦ଫୁଟ୍‌ ଓସାର ଓ ୫୦ଫୁଟ୍‌ର ଲମ୍ବର ବୋଇତ ବନ୍ଦାଣର ଦୃଶ୍ୟ। ମହାବିଦ୍ୟାଳୟର ଡିଜାଇନ ବିଭାଗର ଅଧ୍ୟାପକ ବିଶ୍ୱକାନ୍ତ ପଣ୍ଡା ଓ ମାନସ ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ରଂଗୋଲି ଶୈଳୀରେ ପ୍ରସ୍ତୁତ ଏହି ରଂଗୋଲି ଓଡ଼ିଶାର ବୃହତ୍ତମ ମୁରୁଜ କଳା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର