କଟକରୁ ୭୦ ଲକ୍ଷର ଔଷଧ ଜବତ୍‌ ଘଟଣା: କେହି ଗ୍ରହଣ କଲେନି, ଫେରିଗଲା ନୋଟିସ୍‌

କଟକ : ୭୦ଲକ୍ଷ ଟଙ୍କାର ଔଷଧ ଜବତ୍‌ ଘଟଣାରେ ଉପଭେଷଜ ନିୟନ୍ତ୍ରକ ତଥା ଲାଇସେନ୍ସିଂ କର୍ତ୍ତୃପକ୍ଷ(ଡିଡିସି କମ୍‌ ଏଲ୍‌ଆଇ) କନିକାଛକସ୍ଥିତ ‘ମେଡିଲିଓଡ୍ ମେଡିକାମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ’ ସଂସ୍ଥା୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏଥିସହ ନୋଟିସ୍‌ର ଉତ୍ତର ତିନି ଦିନ ମଧ୍ୟରେ ରଖିବା ଓ କାହିଁକି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ବୋଲି ମଧ୍ୟ ଉକ୍ତ ନୋଟିସ୍‌ରେ  ଉଲ୍ଲେଖ କରିଥିଲେ। କିନ୍ତୁ ଏହି ଚିଠି କେହି ଗ୍ରହଣ କଲେନି। ତାହା ଫେରିଯାଇଥିବା ଡ୍ରଗ୍‌ସ କଣ୍ଟ୍ରୋଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରଠାରୁ ସଂସ୍ଥାରେ ତାଲା ପଡିଥିବାରୁ ଚିଠି ଫେରିଯାଇଛି।

ଅନ୍ୟପଟେ ଏହି କାରଣ ଦର୍ଶାଅ ନୋଟିସ୍‌ରେ ତିନୋଟି ଦିଗ‌ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଥିଲା। ରିସେଲ୍‌ ବା ବିକ୍ରି ପାଇଁ ଯେଉଁ ଔଷଧ ରଖାଯାଇଥିଲା ତାର କାଗଜପତ୍ର ଠିକ୍‌ ନଥିବା, ଅଜଣା ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଦ୍ବାରା ଔଷଧ ପ୍ରସ୍ତୁତି ଫଳରେ ଲେବୁଲ-୨ ଅର୍ଥାତ୍‌ ଡ୍ରଗ୍ସ ଓ କସ୍‌ମେଟିକ୍‌ ଆଇନର ଉଲ୍ଲଂଘନ ହୋଇଥିବା, ଯାଂଚ ସମୟରେ ଔଷଧ ସଂପର୍କିତ କାଗଜପତ୍ର ଦର୍ଶାଇବାରେ ବିଫଳ ହୋଇଥିବା ଦର୍ଶାଇ ଗଲା ୧୫ ତାରିଖ ଦିନ ଏଭଳି ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ସଂସ୍ଥା ପକ୍ଷରୁ ଏହାର ଉତ୍ତର ଦେବା ତ ଦୂରର କଥା ଏହାକୁ କେହି ଗ୍ରହଣ ମଧ୍ୟ କରି ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର