ମୋବାଇଲ ଫୋନ୍‌ରେ ଉପଲବ୍ଧ ହେବ ବିଦ୍ୟୁତ ବିଲ୍‌

ଭୁବନେଶ୍ବର : ଏଥର ଇଲେକ୍‌ଟ୍ରିକ୍ ବିଲ୍‌ ପାଇଁ ମିଟର ରିଡରକୁ ଅପେକ୍ଷା କରିବାକୁ ପଡ଼ିବନି। ରିବେଟ୍‌ ପାଇବା ପାଇଁ ଅବଧି ପୂର୍ବରୁ ନିଜେ ମିଟର ରିଡିଂ କରି ବିଲ୍‌ ପୈଠ କରି ପାରିବେ। ‘ଟିପିସିଓଡିଏଲ୍‌ ମିତ୍ର’ ଆପ୍‌ ଜରିଆରେ ଏଭଳି ଏକ ସୁଯୋଗ ପାଇବେ ବିଦ୍ୟୁତ ଉପଭୋକ୍ତା। ଅନ୍ୟ ଆପ୍‌ ଭଳି ପ୍ଲେ-ଷ୍ଟୋର୍‌ରୁ ସ୍ମାର୍ଟ ଫୋନ୍‌‌ରେ ଯେ କେହି ଡାଉନ୍‌ଲୋଡ୍‌ କରିପାରିବେ। ମିଟର ରିଡିଂ ଅପ୍‌ସନ୍‌କୁ କ୍ଲିକ୍‌ କରି ଇଲେକ୍ଟ୍ରି ମିଟରରେ ଥିବା ନମ୍ବରକୁ କ୍ୟାମେରାରେ ସ୍କାନ୍‌ କଲେ ବିଲ୍‌ ମୋବାଇଲ ଫୋନ୍‌ରେ ଡିସ୍‌ପ୍ଲେ ହେବ। ‌ କେବଳ ମିଟର ରିଡିଂ ନୁହେଁ, ଏଥିରେ ନୂଆ ସଂଯୋଗ ପାଇଁ ମଧ୍ୟ ଆବେଦନ କରି ହେବ। କରୋନା କାଳରେ ମିଟର ରିଡର ଘର ଘର ବୁଲି ପାରୁନଥିବାରୁ ବିଲିଂରେ ସମସ୍ୟା ହେଉଛି। ଉପଭୋକ୍ତା ବିଳମ୍ବରେ ବିଲ ପାଉଥିବାରୁ ରିବେଟ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ଉପଭୋକ୍ତାଙ୍କ ସୁବିଧା ପାଇଁ ଏଭଳି ଏକ ସୁବିଧା ଉପଲବ୍ଧ କରାଯାଉଥଇବା ଟିପିସିଓଡିଏଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର