ଚିକିତ୍ସାଧୀନ ଅବସ୍ଥାରେ ହାତୀଛୁଆ ମୃତ

ଚିତ୍ରଡ଼ା : ମୟୂରଭଂଜ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଏକ ଉଦ୍ଧା‌ର ମାଈ ହାତୀଛୁଆର ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକେ ଆଜି ରାସଗୋବିନ୍ଦପୁର ରେଞ୍ଜ ନଳଗଜା ବିଟ୍‌ ଅଧୀନ ଭାଲିଆପଦାଠାରେ ବର୍ଷକର ମାଈ ହାତୀଛୁଆକୁ ଏକୁଟିଆ ବୁଲୁଥିବା ଦେଖିଥିଲେ।ତେବେ ହାତୀଛୁଆଟି ଅସୁସ୍ଥ ଥିବା‌ ଜଣାପଡ଼ିବା ପରେ ବନବିଭାଗ ପକ୍ଷରୁ ତାର ଚିକିତ୍ସା ଆରମ୍ଭ ହୋଇଥିଲା। ଡିଏଫ୍‌ଓ ସ୍ବୟଂ ମଲ୍ଲିକ ସ୍ଥିତି ଅନୁଧ୍ୟାନ କରିବା ସହ ହାତୀଛୁଆର ସୁରକ୍ଷା ପାଇଁ ତାକୁ ଟ୍ରାକ୍ଟର ଯୋଗେ ମୋରଡ଼ାସ୍ଥ ରେଞ୍ଜ କାର୍ଯ୍ୟାଳୟ ଅଧୀନ ବଳଦିଆସ୍ଥ ନର୍ସରୀକୁ ନିଆଯାଇଥିଲା। ହେଲେ, ଚିକିତ୍ସା ଚାଲିଥିବା ବେଳେ ହାତୀଛୁଆଟି ସନ୍ଧ୍ୟାରେ ଆଖି ବୁଜିଥିବା ଜଣାପଡ଼ିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ହାତୀଛୁଆଟିକୁ ପୋତି ଦିଆଯିବ।

ସମ୍ବନ୍ଧିତ ଖବର