ରାସ୍ତାରେ ହାତୀ, ଯାତାୟାତ ବାଧାପ୍ରାପ୍ତ

ରାସୋଳ : ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ସାତମାଇଲ୍‌ ଓ ରାସୋଳ ମଧ୍ୟରେ ଏକ ମାଈହାତୀ ଆଜି ସଂଧ୍ୟାରେ ଚଲାବୁଲା କରିଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିବା ବେଳେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ହାତୀଟି ସାତମାଇଲ ଜଙ୍ଗଲରୁ ବାହାରି ବାରମ୍ବାର ରାସ୍ତା ଉପରକୁ ଆସୁଥିଲା। କିଛି ସମୟ ବୁଲି ଜଙ୍ଗଲକୁ ଫେରି ଯାଉଥିଲା। ଗୋଠରୁ ଅଲଗା ହୋଇଯାଇଥିବାରୁ ହାତୀ ରାସ୍ତାରେ ଚଳାଚଳ କରୁଥିଲା। ତାହା ଉପରେ ନଜର ରଖାଯାଇଛି ବୋଲି ବନ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର