କୋଇଡ଼ାରେ ହାତୀ ଆତଙ୍କ, ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କୋଇଡ଼ା : ରାସ୍ତା ଦୁର୍ଦଶାରେ ଘାଣ୍ଟି ହେଉଥିବା ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାବାସୀଙ୍କ ପାଇଁ ଆଉ ଏକ ନୂଆ ବିପଦ ଉଭା ହୋଇଛି। କୋଇଡ଼ା ଇଲାକାରେ ଏବେ ଏକ ହାତୀ ଦଳ ଆତଙ୍କରାଜ ଚଳାଇଛନ୍ତି। ହାତୀ ଜନପଦରେ ଘୂରି ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ଭୋର୍‌ରେ ହାତୀ ଆକ୍ରମଣରେ ମାଲଦା ପଞ୍ଚାୟତ ମୁଣ୍ଡାଯୋଡା ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଣୁଆ ଗ୍ରାମର ଜଣେ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର