୪ମାସ ହେଲା ମିଳିନଥିଲା ଦରମା, ଆତ୍ମହତ୍ୟା କଲେ ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଥିବା ନୀଳାଚଳ ଇସ୍ପାତ ନିଗମର ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି | ଲକଡାଉନ ପାଇଁ ୪ମାସ ହେଲା ଦରମା ମିଳୁନଥିବାରୁ ଚିନ୍ତାଗ୍ରସ୍ଥ ହୋଇ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି | କର୍ମଚାରୀଙ୍କ ମୃତ୍ୟୁ ପରେ ସରକାର ଏ ସମସ୍ୟାର ସମାଧାନ କରନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ଏବଂ ସମସ୍ତ ଶ୍ରମିକ କର୍ମଚାରୀମାନେ ଦାବି କରିଛନ୍ତି |

ସୂଚନା ମୁତାବକ, ୪ମାସ ହେଲା ଦରମା ମିଳୁନଥିବାରୁ କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ଜରିଆରେ ସମସ୍ୟା ବିଷୟରେ ଜଣା ଯାଇଥିଲା | କିନ୍ତୁ ଏ ନେଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା | ସରକାର ସ୍ଥାନୀୟ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଏ ନେଇ ଉଚ୍ଚସ୍ଥରୀୟ ବୈଠକ କରିଥିଲେ | ରଜ ପୂର୍ବରୁ ୧ମାସର ଦରମା ଦେବା ସହ ଖୁବଶୀଘ୍ର କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ନୀଳାଚଳ ଇସ୍ପାତର ମୁଖ୍ୟ ଅଂଶୀଦାର ଏମଏମଟିସିକୁ ଲିଖିତ ଭାବେ ଜଣାଇଦିଆଯାଇଥିଲା | କିନ୍ତୁ ଏମଏମଟିସି ନୀଳାଚଳ ଇସ୍ପାତ କର୍ମଚାରୀଙ୍କୁ ଦରମା କିମ୍ବା କାରଖାନା ଚାଲିବା ପ୍ରସଙ୍ଗରେ କୌଣସି ପ୍ରକାରର ସାହାଯ୍ୟ କରି ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜଣାଇଦେଇଥିଲେ ଏମଏମଟିସି କର୍ତ୍ତୃପକ୍ଷ |

Woman poisons son to death, dumps chopped body near Cumbum - DTNext.in
DTNext

ଏମଏମଟିସି ସାହାଯ୍ୟ କରିବା ପାଇଁ ମନା କରିବା ପରେ ଏବେ ସବୁ ଆଶା ହରାଇ ବସିଛନ୍ତି ନୀଳାଚଳ ଇସ୍ପାତ ନିଗମର ସମସ୍ତ କର୍ମଚାରୀ | ଦରମା ମିଳୁନଥିବାରୁ ଦୁଇ ଦିନ ତଳେ ଜଣେ କର୍ମଚାରୀ ଚିକିତ୍ସା ଅଭାବରୁ ରୋଗ ଶଯ୍ୟାରେ ମୃତ୍ୟୁବରଣ କରିଥିବା ବେଳେ ଆଜି ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି |

ସମ୍ବନ୍ଧିତ ଖବର